ଭାଙ୍ଗିଲା ଶାଳବଣ ଅଙ୍ଗନୱାଡି ତାଜା ।

0 260

କୋଦଳା,୨୦/୦୧(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଷଣ୍ଢମୂଳ ପଞ୍ଚାୟତର ଶାଳବଣ ସ୍ଥିତ ଅଙ୍ଗନୱାଡି କେନ୍ଦ୍ର – ୨ ର ଝରକା ତାଜା ଭାଙ୍ଗି ତଳକୁ ବିପଦ ସଙ୍କୁଳ ଅବସ୍ଥା ରେ ଝୁଲି ରହିଛି । ସୂଚନା ଅନୁଯାଇ ଉକ୍ତ ଅଙ୍ଗନୱାଡି କେନ୍ଦ୍ର ର ଝରକା ତାଜା ଭାଙ୍ଗି ତଳକୁ ଝୁଲି ରହିବା ନେଇ ଉକ୍ତ ଗ୍ରାମର ଜୈନିକ ସଚେତନ ଯୁବକ ଆମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ । ଏହି ଅନୁଷ୍ଠାନ କୁ କୁନି କୁନି କୋମଳ ମତି ଶିଶୁ ମାନେ ଆସୁଥାନ୍ତି । ଦୈବାତ ଯଦି କାହା ଉପରେ ଖସି ପଡ଼ିବ ତାହାର ଅବସ୍ଥା ଯେ କଣ ହେବ ତାହା ନ କହିବା ଭଲ । ଏହିପରି ବିପଦ ସଙ୍କୁଳ ଅବସ୍ଥା ରେ ଥିବା ତାଜାକୁ ଭାଙ୍ଗି ପୁନରାୟ ମରାମରି କରିବା ପାଇଁ ସାଧାରଣରେ ଦାବୀ ହୋଇଛି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.