ପୋଲସରା ,୧୦/୦୨(ପିପିଟି) :ପୋଲସରା ମିଲ୍ସସାହି ବାସିନ୍ଦା ତଥା ବରିଷ୍ଠ ବିଜେପି ସଂଗଠକ ରମେଶ ଚନ୍ଦ୍ର ମିଶ୍ରଙ୍କ ସହଧର୍ମିଣୀ ଭାଗ୍ୟଲତା ମିଶ୍ରଙ୍କ ୫୬ ବର୍ଷ ବୟସରେ ପରଲୋକ ଘଟିଯାଇଛି। ପରିବାର ପକ୍ଷରୁ ମିଳିଥିବା ସୂଚନା ପ୍ରକାରେ ନିଜ ବାସଗୃହରେ ସକାଳ ୫ଟା ସମୟରେ ମଝିଆପୁଅଙ୍କ ସଙ୍ଗରେ ସ୍ଵାଭାବିକ ଭାବେ କଥାଭାଷା କରିଥିଲେ। ପରେ ପୁଅ ଚାଲିଯାଇଥିଲା।ପରବର୍ତ୍ତୀ ୮ଟା ସମୟରେ ପରିବାର ଲୋକ ତାଙ୍କୁ ଭେଟିବାକୁ ଆସି ଦେଖିବାକୁ ନିଶ୍ଚଳ ଅବସ୍ଥାରେ ଅଛନ୍ତି। ଏଭଳି ଅବସ୍ଥା ଦେଖି ସଙ୍ଗେ ସଙ୍ଗେ ପୋଲସରା ସରକାରୀ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ଆଣି ଦେଖାଇଥିଲେ। ଡାକ୍ତର ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ମୃତ୍ୟୁ ଖବର ପ୍ରଚାର ହେବାପରେ ସମଗ୍ର ପୋଲସରାରେ ଶୋକର ଛାୟା ଖେଳିଯାଇଛି। ସୂଚନା ଯୋଗ୍ୟ ପରିବାରର ୩ ପୁତ୍ର ଏବଂ ପୁତ୍ରବୁଧ ଅଛନ୍ତି। ମେଡିକାଲରୁ ଘରକୁ ମୃତ ଶରୀର ଅଣାଯାଇ ପରେ ନିକଟସ୍ଥ ପାଟିଗଡ ଶ୍ମଶାନ ଘାଟରେ ଅନ୍ତିମକ୍ରିୟା ସମ୍ପନ୍ନ କରାଯାଇଥିଲା।ସେ ଜଣେ ଧାର୍ମିକ, ଆଧ୍ୟାତ୍ମିକ ବିଚାରଧାରା ମହିଳା ଥିଲେ।ତାଙ୍କର ମୃତ୍ୟୁରେ ଆସ୍କା ସା°ସଦ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ, ପୋଲସରା ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ରାମକୃଷ୍ଣ ପଟ୍ଟନାୟକ ଚାରିଟେବୁଲ ଟ୍ରଷ୍ଟର ସଭାନେତ୍ରୀ ତଦାଶା ତପସ୍ଵିନୀ ଏଵଂ ସମ୍ପାଦକ ଉତ୍ତମ ଦାସ, ସା°ସଦ ପ୍ରତିନିଧି ସିମାଞ୍ଚଳ ସାହୁ,ବନ୍ଧୁ ସୁଦୀପ୍ତ ମୋହନ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ପଣ୍ଡା,ଟି.ଶରତ କୁମାର ସୁବୁଦ୍ଧି, ଅଧ୍ୟାପକ ମନୋଜ କୁମାର ସାହୁ,ପ୍ରମୁଖଙ୍କ ସମେତ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିବୃନ୍ଦ ଗଭୀର ପ୍ରକାଶ କରିବାସହ ଅମର ଆତ୍ମାର ସଦଗତି କାମନା ସହିତ ଶୋକଶନ୍ତପ୍ତ ପରିବାର ବର୍ଗକୁ ଗଭୀର ସମବେଦନା ଜଣାଇଛନ୍ତି।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା