ଧାମରା,୦୩/୦୩: ଧାମରା ମେରାଇନ ଥାନା ଅନ୍ତର୍ଗତ ଜୟଦୁର୍ଗା ପାଟଣା ଗ୍ରାମରେ ଏକ ଜମିକୁ ଜବରଦଖଲ କରିବାକୁ ଯାଇ କିଛି ଗୁଣ୍ଡା ଶ୍ରେଣୀର ଯୁବକ ମାନେ ସମ୍ପୃକ୍ତ ଭାଗଚାଷିଙ୍କୁ ବାଡେଇ ବାଡେଇ ମାରିଦେବା ଘଟଣାରେ ସମ୍ପୃକ୍ତ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଅଂଚଳ ବାସୀ ଦାବୀ ଜଣାଇଛନ୍ତି। ଆଜି ସନ୍ଧ୍ୟା ସମୟରେ ସମ୍ପୃକ୍ତ ଭାଗଚାଷୀ ଅମର ମାଈତିଙ୍କ ଶବ ଆସି ନିଜ ଗ୍ରାମରେ ପହଞ୍ଚିବା ପରେ ଜୟଦୂର୍ଗା ପାଟଣା ଗ୍ରାମବାସୀ ମାନେ ଏକତ୍ରିତ ହୋଇ ଅମରଙ୍କ ଶବକୁ ପଞ୍ଚାୟତ ରାସ୍ତା ଉପରେ ରଖି ପ୍ରତିବାଦ ଜଣାଇଛନ୍ତି ଏଥିସହ ତୁରନ୍ତ ଏହି ଘଟଣା ରେ ସମ୍ପୃକ୍ତ ଥିବା ଦୋଷୀ ମାନଙ୍କୁ ଗିରଫ ନ କରିବା ପର୍ଯ୍ୟନ୍ତ ସେମାନେ ଏମିତି ଶବ ରଖି ଧାରଣା ଅବ୍ୟାହତ ରଖିବେ ବୋଲି ଚେତାବନୀ ଦେଇଛନ୍ତି। ଦୀର୍ଘ ୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ପ୍ରଶାସନ ତରଫରୁ କେହି ଆସି ଧାରଣା ସ୍ଥଳରେ ପହଞ୍ଚି ନାହାଁନ୍ତି ଫଳରେ ସାଧାରଣ ଲୋକଙ୍କ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବା ସହ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତୁରନ୍ତ ଦୋଷୀ ମାନଙ୍କୁ ଗିରଫ ନ କରିବା ପର୍ଯ୍ୟନ୍ତ ଶବକୁ ରାଜ ରାସ୍ତାରେ ରଖି ଧାରଣା ଅବ୍ୟାହତ ରହିବ ବୋଲି ଚେତାବନୀ ଦେଇଛନ୍ତି।