ଭଦଭଦଳିଆ ପକ୍ଷୀ, କିଙ୍ଗ ରୋଲର ଓଡିଶା ର ମର୍ଯ୍ୟାଦା ର ପ୍ରତୀକ।

0 349

ବୋଲଗଡ଼,୨୪/୦୭(ପିପିଟି) :ଆମ ପୃଥିବୀରେ ଏପରିକି ଅନେକ ପକ୍ଷୀ ଅଛନ୍ତି ସ୍ଥାନ କାଳ ପାତ୍ର ଅନୁସାରେ ଲୋକମାନଙ୍କର ଧର୍ମ ସମ୍ବନ୍ଧୀୟ ବିଶ୍ୱାସ ଯୋଡ଼ି ହୋଇ ରହିଥାଏ। ଏପରିକି ଆମ ଭାରତରେ ଅନେକ ପକ୍ଷୀକୁ ଭଗବାନଙ୍କ ସ୍ୱରୂପ ବୋଲି ମାନିଥାନ୍ତି। ସେହିପରି ଜଗନ୍ନାଥ ସଂସ୍କୃତିରେ ପକ୍ଷୀ ମାନଙ୍କର ପୂଜା କେଉଁ ଆବାହନ କାଳରୁ ଚାଲିଆସୁଛି। ଅରୁଣପକ୍ଷୀ, ଗରୁଡ଼,ସମ୍ପାତି, ପେଚା,ମୟୁର, ହଂସ,ଶାଗୁଣା,କୋଇଲି,କାଉ,ଚେମେଣୀ,ଶୁଆ,ସାରୀ ଏପରିକି ଅନେକ ପକ୍ଷୀ ଅଛନ୍ତି ଦେବା ଦେବୀ ଙ୍କର ବାହନ ହୋଇ ପୂଜା ପାଉଛନ୍ତି।ସେଥିମଧ୍ୟରୁ ଭଦଭଦଳିଆ ପକ୍ଷୀ ଅନ୍ୟତମ। ଲୋକ କଥା ଅନୁସାରେ ଏହି ପକ୍ଷୀ ଶିବଙ୍କର ସ୍ୱରୂପ ଅଟେ ଏବଂ ଭଗବାନ ଶ୍ରୀରାମଚନ୍ଦ୍ର ଯେଉଁ ଦିନ ଏହି ପକ୍ଷୀକୁ ଦେଖି ଥିଲେ ସେହିଦିନ ରାବଣକୁ ଯୁଦ୍ଧ ରେ ପରାସ୍ତ କରିଥିଲେ। ଏହି ପକ୍ଷୀ ଦେଖିଲେ ସୁଭହୋଇଥାଏ ଏବଂ କାମ ଗୁଡିକ ଭଲରେ ହୋଇଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି।ଯାହା କି ଭଦଭଦଳିଆ ପକ୍ଷୀ କୁ ନେଇ ପୁରାଣରେ ଅନେକ ଲେଖା ବର୍ଣ୍ଣନାରହିଛି।

ଏହି ଭଦଭଦଳିଆ ଚଢେଇ ଓଡିଶା ର ମର୍ଯ୍ୟାଦା ର ପ୍ରତୀକ ରୂପେ ମାନ୍ୟତା ପାଇଛି। ଏହି ପକ୍ଷୀକୁ ଓଡିଶା ରାଜ୍ୟର ଜାତୀୟ ପକ୍ଷୀ ଭାବରେ ଘୋଷଣା କରାଯାଇଛି।ଏହି ପକ୍ଷୀ ଟି ଦେଖିବାକୁ ନିଳ ରଙ୍ଗ ଏବଂ ୨୫ ରୁ ୨୭ ସେଣ୍ଟିମିଟର ପର୍ଯ୍ୟନ୍ତ ବଢ଼ିଥାଏ । ଏହି ପକ୍ଷୀ କୁ କେହି କେହି କୃଷକର ରକ୍ଷକ ବୋଲି କହିଥାନ୍ତି। କାରଣ ଫସଲରେ ହେଉଥିବା ପୋକକୁ ଖାଇ ଫସଲରୁ କୀଟ ମୁକ୍ତ କରିଥାଏ। ଏହି ପକ୍ଷୀ ର ସ୍ଥାନ କାଳ ପାତ୍ର ଅନୁସାରେ ବିଭିନ୍ନ ନାମ ଅଛି ଯଥା ନୀଳକଣ୍ଠ, ଭରଧ୍ୱାଜ ଏବଂ ଭଦଭଦଳିଆ। ସାଧାରଣତଃ ଆମ ଗ୍ରାମାଞ୍ଚଳରେ ଭଦଭଦଳିଆ ପକ୍ଷୀ ରୁପେ ଯାଣିଥାନ୍ତି। ଏହି ପକ୍ଷୀ ଦେଖି ପାଇଁ ନୀଳରଙ୍ଗ ଓ ଡେଣା ଦୁଇଟି ସ୍ୟାହିରଙ୍ଗ ହୋଇ ଥାଏ ଏବଂ ଛାତିଭାଗ ଧୂସର ରଙ୍ଗ ଅଟେ। ଏହି ପକ୍ଷୀ ଦେଖିବା ପାଇଁ ବହୁ ସୁନ୍ଦର ଓ ମନୋରମ ଲାଗିଥାଏ। ଏବଂ ଉଡିବା ବେଳେ ବହୁତ ସୁନ୍ଦର ଲାଗିଥାଏ।

ଏହି ଭଦଭଦଳିଆ ପକ୍ଷୀ ଗହୀର ବିଲ ମାନଙ୍କରେ ଓ ଖୋଲା ଯାଗାମାନଙ୍କରେ ଉଡ଼ି ବୁଲି ଖାଦ୍ୟ ସଂଗ୍ରହ କରିବା ସହିତ ଥୁଣ୍ଟା ଗଛ, ଇଲେକ୍ଟ୍ରି ଖୁଣ୍ଟ ବା ତାରରେ,ବାଉଁସ ଗଛ ରେ ବସିବାର ଦେଖାଯାଇ ଥାଏ। ପ୍ରାୟତଃ ସ୍ତ୍ରୀ ଭଦଭଦଳିଆ ଏବଂ ପୁରୁଷ ଭଦଭଦଳିଆ ନିଜ ନିଜ ଭିତରେ ଝଗଡ଼ା ହେବା ସହିତ ପୁଣି ମିଳିମିଶି ଖାଦ୍ୟ ସଂଗ୍ରହ କରୁଥିବା ର ନଜିର କୁ ଆସିଛି।

ଏହି ଭଦଭଦଳିଆ ପକ୍ଷୀ ସମସ୍ତ ଅଂଚଳ ରେ ଦେଖାଯାଇଥାଏ କିନ୍ତୁ ବର୍ତ୍ତମାନ ସମୟରେ ଏହି ପକ୍ଷୀ ପ୍ରାୟତଃ କାଁ ଭାଁ ନଜରକୁ ଆସୁଛନ୍ତି। ପରିବେଶବିତ,ବୁଦ୍ଧିଜୀବୀ ମାନେ ଏହି ପକ୍ଷୀ ର ବଂଶ ବୃଦ୍ଧି ଓ ସୁରକ୍ଷା କିପରି କରାଯାଇ ପାରିବ ତହା ଚିନ୍ତା ପ୍ରକଟ କରିଛନ୍ତି।ଏପରିକି ଆମ ରାଜ୍ୟରେ ପରିବେଶ ପରିସ୍ଥିତି ଆଉ ସବୁଜିମା ର ଆଶ୍ୱସ୍ତି ଲୋକ ମାନଙ୍କୁ ଭଲ ଲାଗେ। ସେହିପରି ଲୋକ ମାନେ ସବୁ ସମୟରେ ପକ୍ଷୀ ମାନଙ୍କୁ ଭଲ ପାଇଥାନ୍ତି। ଯାହାକି କାବ୍ୟ ଓ କବିତା ରେ ପରିଲକ୍ଷିତ ହୋଇଥାଏ। ଏପରିକି ଭଦଭଦଳିଆ ପକ୍ଷୀ ମାନଙ୍କର ବଂଶ ନିପାତ ପରିବେଶ ର ସନ୍ତୁଳନ ନାହିଁ ବୋଲି ଜଣାଯାଏ। ଶେଷରେ ଏତିକି କୁହାଯାଇପାରେ କେବଳ ସବୁଜିମା ର ପୁନରୁଦ୍ଧାର ହେଲେ ଆମ ରାଜ୍ୟରେ ଏହି ପରି ପକ୍ଷୀ ମାନଙ୍କର ଆଗମନ ଆଶା କରିବା।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.