ଭଞ୍ଜନଗର,୦୮/୦୪(ପିପିଟି) : ଦିନକୁ ଦିନ ପୋଲିସ ଜୁଲମ୍ ସାମ୍ୱାଦିକ ମାନଙ୍କ ଉପରେ ବଢି ଚାଲିଛି। ସଦ୍ୟ ଜଣେ କର୍ତ୍ତବ୍ୟ ରତ ସାମ୍ୱାଦିକଙ୍କୁ ମାଡ ମାରିବା ଏବଂ ସେ ଅସୁସ୍ଥ ହେବାରୁ ଡାକ୍ତର ଖାନା ରେ ମଧ୍ୟ ତାଙ୍କ ଗୋଡ଼ ରେ ବେଢ଼ି ପକାଇ ବାନ୍ଧି ରଖିବା ସମଗ୍ର ଓଡ଼ିଶା ରେ ଏକ ନିନ୍ଦନୀୟ ଘଟଣା ବୋଲି ବିବେଚନା କରା ଯାଏ। ସାମ୍ୱାଦିକ ଟିଏ ଏଠି ସୁରକ୍ଷିତ ନୁହଁ ବୋଲି ସ୍ପଷ୍ଟ ପ୍ରମାଣିତ ହୁଏ। ବାଲେଶ୍ଵର ଜିଲ୍ଲା ନିଳଗିରି ସାମ୍ୱାଦିକଙ୍କୁ ମାଡ ମାରିବା ଏବଂ ବେଢ଼ି ପକାଇବା ଘଟଣା କୁ ନେଇ ଭଞ୍ଜନଗର ସାମ୍ୱାଦିକ ସଂଘ ଦୃଢ଼ ନିନ୍ଦା କରିବା ସହ ନୀଳଗିରି ଆଇ ଆଇ ସି ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରି ଆଜି ଭଞ୍ଜନଗର ସହରରେ ବାଇକ ଶୋଭାଯାତ୍ରା କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହା ପରେ ସଂଘ ପକ୍ଷରୁ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦୋଷୀକୁ ଦଣ୍ଡ ଦେବା ପାଇଁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଯଦି ଦୋଷୀ ଦଣ୍ଡ ନ ପାଏ ଆଗାମୀ ଦିନ ରେ ଏହା ଆନ୍ଦୋଳନ ରେ ରୂପାନ୍ତରିତ ହେବ ବୋଲି ସଂଘ ଚେତାବନୀ ଦେଇଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )
Prev Post