ଭଞ୍ଜନଗର ସହରରେ ପୁଲିସର ଫ୍ଲାଗ ମାର୍ଚ୍ଚ ।

0 115

ଭଞ୍ଜନଗର, ୦୮/୦୪(ପିପିଟି):ରାଜ୍ୟରେ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି।ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟ ହେବାକୁ ଥିବା ବେଳେ ଗଞ୍ଜାମ ଜିଲ୍ଲାରେ ମେ ୧୩ ଓ ୨୦ତାରିଖ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବ। ତାରିଖ ଘୋଷଣା ସହ ନିର୍ବାଚନ ଆଚରଣ ବିଧି ମାର୍ଚ୍ଚ ୧୬ତାରିଖରୁ ଲାଗୁ ହୋଇଛି।ଏହି ନିର୍ବାଚନରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା, କୌଣସି ଅପରାଧିକ କାର୍ଯ୍ୟ କଳାପ ଠାରୁ ଦୂରେଇ ରହିବା ଓ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିଲେ ପୁଲିସକୁ ସାଙ୍ଗେ ସାଙ୍ଗେ ସୂଚନା ଦେବା ସମ୍ପର୍କରେ ସହରବାସୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ଭଞ୍ଜନଗର ସହରରେ ପୁଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି।ବାଉଁଶ ଲୁଣ୍ଡି, ମୁଖ୍ୟ ରାସ୍ତା, ଖାଲା ସାହି,ଷ୍ଟେଟ ବ୍ୟାଙ୍କ ଛକ,ଭେଜିପୁଟ,ଚକରା ବିଷୋୟୀ ଛକ ଠାରେ ଶେଷ ହୋଇଥିଲା। ଆଦର୍ଶ ଆଚରଣ ବିଦ୍ଧି ଲାଗୁହେବା ପରେ ଭଞ୍ଜନଗର ସହରର ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ ଚେକିଂ କଡାକଡି କରାଯାଇଛି। ଏଥିରେ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସୁଜିତ କୁମାର ନାୟକ, ଥାନା ଅଧିକାରୀ କୁମାର ମୁଦୁଲି, ଏଏସଆଇ ସୁଶାନ୍ତ କୁମାର ପଟ୍ଟନାୟକ,ଏଏସଆଇ ଆଲୋକ ତ୍ରିପାଠୀ,ପିଏସଆଇ ସୁନୀଲ କୁମାର ଜେନାଙ୍କ ସମେତ ବହୁ ପୁଲିସ କର୍ମଚାରୀ ଓ ସିଆଇଏସଏଫ ଫୋର୍ସ ଉପସ୍ଥିତ ଥିଲେ।

ରିପୋର୍ଟ- (ଜେ. କେ ପଟ୍ଟନାୟକ)

Leave A Reply

Your email address will not be published.