ଭଞ୍ଜନଗର ଶିକ୍ଷା ପ୍ରଶିକ୍ଷଣ ମହାବିଦ୍ୟାଳୟ ତରଫରୁ କର୍ତ୍ତବ୍ୟ ଅଭିଯାନ ଓ ପଥପ୍ରାନ୍ତ ନାଟକ ।

0 359

ଭଞ୍ଜନଗର,୨୫/୦୩(ପିପିଟି); ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷା ପ୍ରଶିକ୍ଷଣ ମହାବିଦ୍ୟାଳୟ ତରଫରୁ ଚଳିତ ବର୍ଷର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଆଜି କର୍ତ୍ତବ୍ୟ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ସକାଳ ୮ଟା ସମୟରେ କଲେଜର ଅଧ୍ୟକ୍ଷା ଡ଼. ସରୋଜିନୀ ବରେଇଙ୍କ ତତ୍ତ୍ୱାବଧାନରେ ୯୦ଜଣ ଛାତ୍ରଛାତ୍ରୀ ଲଣ୍ଡେଇ ସାହିରେ ଥିବା ରଘୁନାଥ ମନ୍ଦିର ପରିସରରେ ଥିବା ଅଳିଆ ଆବର୍ଜନା ସଫାସୁତରା କରି ଏକ ସୁସ୍ଥ ପରିବେଶ ଗଠନ କରିଥିଲେ।ଏହାପରେ ଛାତ୍ରଛାତ୍ରୀ ମାନେ ମନ୍ଦିରରୁ ବାହାରି ଶୋଭାଯାତ୍ରାରେ ହାତରେ ପ୍ଲା କାର୍ଡ଼ ଓ ସ୍ଲୋଗାନ ଦେଇ ସାହି ପରିକ୍ରମା କରି ଅଂଶୁଘାତ ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିଥିଲେ।ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବା ବେଳେ ବହୁ ଲୋକ ଅଂଶୁଘାତର ମୁକାବିଲା କିପରି କରି ନିଜ ଜୀବନ ସୁରକ୍ଷିତ ରଖି ପାରିବେ ସେସମ୍ପର୍କରେ ଲଣ୍ଡେଇ ସାହି ଛକରେ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ।ଏଥିରେ କଲେଜର ଅଧ୍ୟକ୍ଷାଙ୍କ ସମେତ ଅଧ୍ୟାପିକା ବାଣୀ ବନ୍ଦନା ବିଶ୍ୱାଳ, ସରିତା ମହାନ୍ତି, ଅଶ୍ୱିନୀ ସାହୁ, ରାମ ଚନ୍ଦ୍ର ରାଓ, ପ୍ରାକ୍ତନ ଅଧ୍ୟକ୍ଷ କୃତ୍ତିବାସ ବିଶ୍ୱାଳ, ପୂର୍ବତନ ରେଞ୍ଜର ଅନୁପମ ବାନାର୍ଜୀ, ଉଦୟ ନାଥ ପଣ୍ଡା, ରବୀନ୍ଦ୍ର ପାଣିଗ୍ରାହୀ, ଗାଫୁର ପ୍ରଧାନ ଏବଂ ଅନ୍ୟମାନେ ସହଯୋଗ କରିଥିଲେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.