ଭଞ୍ଜନଗର, ୧୯/୧୦(ପିପିପି):ଭଞ୍ଜନଗର ସ୍ଥିତ ସେଣ୍ଟ୍ ଜାଭିୟର୍ ସେକେଣ୍ଡାରୀ ହାଇସ୍କୁଲରେ ରୋଟାରି ଇଣ୍ଟ୍ରାକ୍ଟ କ୍ଲବ୍ର ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗରରେ ପ୍ରଥମ ଥର ପାଇଁ ଏହି କ୍ଲବ୍ ଗଠିତ ହୋଇଛି। କାର୍ଯ୍ୟକ୍ରମରେ ଅତିଥି ଭାବେ ଉକ୍ତ କ୍ଲବର ଜିଲ୍ଲା ଅଧ୍ୟକ୍ଷା ସ୍ମିତା ସିହ୍ନା, ଜାଭିୟର ସ୍କୁଲ୍ ପରିଚାଳନା ଅଧକ୍ଷ ଡ.ସୁଧୀରକାନ୍ତ ପରିଡ଼ା, ନିର୍ଦ୍ଦେଶକ ଗୀତାଞ୍ଜଳି ପରିଡ଼ା, ଭଞ୍ଜନଗର ରୋଟାରି କ୍ଲବ୍ ସଭାପତି ରଞ୍ଜିତ କୁମାର ବାରିକ, ସମ୍ପାଦକ ଗୁପ୍ତେଶ୍ବର ସୁବୁଦ୍ଧି, ପ୍ରସନ୍ନ କୁମାର ବସନ୍ତିଆ ଏବଂ ପ୍ରବୀର ପୃଷ୍ଟି ପ୍ରମୁଖ ମଞ୍ଚାସୀନ ଥିଲେ। ବିଦ୍ୟାଳୟ ଅଧ୍ୟକ୍ଷା ସୁନନ୍ଦିନି ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କ୍ଲବର ପ୍ରଥମ ସଭାପତି ଛାତ୍ରୀ ଅନ୍ଵେଷା ପାତ୍ର ଓ ସମ୍ପାଦକ ହର୍ଶିତା ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ କର୍ମକର୍ତ୍ତା ଓ ୨୫ ଜଣ ସଦସ୍ୟଙ୍କୁ ଶପଥ ପାଠ କରାଯାଇଥିଲା। ରୋଟାରିଆନ ସୁନୀତା ବାରିକ, ରବୀନ୍ଦ୍ର ପାଣିଗ୍ରାହୀ, ରାମଚନ୍ଦ୍ର ମିଶ୍ର, କେ.ଶଙ୍କର ନାରାୟଣ ପାତ୍ର, ବିଚିତ୍ର ପାଣିଗ୍ରାହୀ, ଦିଲୀପ ରାଜୁ, ଶ୍ରୀନିବାସ ସୁବୁଦ୍ଧି, ସନ୍ତୋଷ ଜେନା, କାହ୍ନୁ ଦଳବେହେରା, ସଞ୍ଜୀବ ଚୌଧୁରୀ, ବିଦ୍ୟାଳୟର ଶିକ୍ଷକ ଗଣେଶ ଡାଙ୍ଗୁଆ, ଶଙ୍କର ଆଚାରୀ, ପ୍ରଶାନ୍ତ ପତି ଓ ସଂଯୁକ୍ତା ରାଉତ ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)