ଭଞ୍ଜନଗର ମୁନିସିପାଲିଟି ପକ୍ଷରୁ ବିଭିନ୍ନ ଜନହିତକର କାର୍ଯ୍ୟର ଉଦଘାଟନ ।

0 224

ଭଞ୍ଜନଗର, ୦୮/୦୩(ପିପିଟି):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୌର ପରିଷଦ ର ପୌରାଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି। ପ୍ରଥମେ ମଳ ଉପଚାର ପ୍ଳାଣ୍ଟ ନିକଟରେ ଥିବା ଏକ ପ୍ରଶାସନିକ ଭବନର ଉଦଘାଟନ କରିଥିଲେ। ଏହାପରେ କାର୍ଯ୍ୟାଳୟ ଠାରେ ନିର୍ମାଣ ହୋଇଥିବା ଅଧ୍ୟକ୍ଷ ଉପାଧ୍ୟକ୍ଷ ଓ କାଉନସିଲର ମାନଙ୍କ ପାଇଁ ନିର୍ମାଣ ହୋଇଥିବା ନୂତନ ଗୃହ ଉଦଘାଟନ କରିଥିଲେ। ଏହାପରେ ମୃତଦେହକୁ ନେବା ନିମନ୍ତେ ଏକ ସ୍ବର୍ଗରଥର ମଧ୍ୟ ଶୁଭାରମ୍ଭ କରିଥିଲେ। ସହରରେ ବିଭିନ୍ନ ସମୟରେ ଜନଗହଳି ସ୍ଥାନରେ ଶୌଚାଳୟ ପାଇଁ ନାହିଁ ନଥିବା ସମସ୍ୟା ହେଉଥିବାରୁ ତାର ପ୍ରତିକାର ନିମନ୍ତେ ଏକ ମୋବାଇଲ ଟଏଲଟ୍‌ର ମଧ୍ୟ ଶୁଭାରମ୍ଭ କରିଥିଲେ। ଏଥିସହ ସହରରକୁ ସ୍ବଚ୍ଛ ରଖିବା ଦିଗରେ ପାଣି ସ୍ପ୍ରେ କରିବା ପାଇଁ ଏକ ମିନି ୱାଟର ଟ୍ୟାଙ୍କରର ମଧ୍ୟ ଶ୍ରୀ ନାୟକ ପତକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଆୟୋଜିତ ମହିଳା ଦିବସରେ ସମାଜର ଉନ୍ନତି ଦିଗରେ ମହିଳାଙ୍କ ଅବଦାନ ସଂର୍ପକରେ ଅତିଥି ମାନେ କହିବା ସହ ଭଞ୍ଜନଗର ଏନ୍‌ଏସି ପୌର ପରିଷଦରେ ପରିଣତ ହେବା ପରେ ଏହାର ସୌନ୍ଧର୍ଯ୍ୟ କରଣ ସାଙ୍ଗକୁ ଉନ୍ନତି ମୂଳକ କାର୍ଯ୍ୟ ନିମନ୍ତେ ବହୁ ଅର୍ଥ ବ୍ୟବସ୍ଥା କରାଯାଇଥିବା ଶ୍ରୀ ନାୟକ ନିଜ ବକ୍ତବ୍ୟରେ କହିଥିଲେ। ଏଥିସହ ଆଗାମୀ ଦିନରେ ସହରରେ ଐତିହାସିକ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହେବ। ସହସ୍ରଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ସହର ସାରା ସଜ୍ଜାଇବା ସହ ପାନୀୟ ଜଳ,ଆଲୋକିକରଣ,ପରିମଳ ବ୍ୟବସ୍ଥାକୁ କିଭଳି ସୁଦୃଢ କରାଯିବ ସେନେଇ ନଗରପାଳ ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ। ଏଥିରେ ସାଂସଦ ପ୍ରତିନିଧି ସନ୍ତୋଷ ତିଆଡି,କାର୍ଯ୍ୟନିର୍ବାହୀ ଅଧିକାରୀ ମୂରଲୀକୃଷ୍ଣ ପଣ୍ଡା,କନିଷ୍ଠ ଯନ୍ତ୍ରୀ ଦିଲ୍ଲିପ କୁମାର ମିଶ୍ର,ଧିରେଶ ମହାନ୍ତି,ପୂର୍ବତନ ପ୍ରଶାସନିକ ଅଧିକାରୀ ପ୍ରମୋଦ ଦଳବେହେରା ସମସ୍ତ କାଉନସିଲର ଓ କର୍ମଚାରୀ ଉପସ୍ଥିତ ରହିଥିଲେ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.