ଭଞ୍ଜନଗର ମୁଖ୍ୟ ଡାକଘରେ ରେଳ ଟିକଟ ବିକ୍ରୀ ଆରମ୍ଭ ।

0 423

ଭଞ୍ଜନଗର,୨୨/୧୦(ପିପିଟି); କରୋନା କଟକଣାକୁ ନେଇ ଗତ କିଛି ମାସ ହେଲା ସାରାଦେଶରେ ରେଳ ସେବାକୁ ସରକାର ବାତିଲ କରିଦେଇଥିଲେ।ବର୍ତ୍ତମାନ ସ୍ଥିତିରେ ସାମାନ୍ୟ ସୁଧାର ଆସିବା ଫଳରେ ପୁଣି ରେଳସେବା ପୁଣି ଆରମ୍ଭ ହୋଇଛି।ଦୀର୍ଘଦିନ ଧରି ଭଞ୍ଜନଗର ମୁଖ୍ୟ ଡାକଘର ରେଳ ଟିକଟ ବିକ୍ରୀ କାଉଣ୍ଟର ବନ୍ଦ ରହିବା ପରେ ଗତ ୧୯ତାରିଖ ଠାରୁ ଏହା ପୁଣି ଥରେ କାର୍ଯ୍ୟକ୍ଷମ ହୋଇଛି।ଆଉ ଯାତ୍ରୀମାନଙ୍କୁ ବ୍ରହ୍ମପୁର ଷ୍ଟେସନ ଯାଇ ଅଗ୍ରୀମ ଟିକଟ ସଂଗ୍ରହ କରିବାକୁ ପଡିବ ନାହିଁ।ସେମାନେ ଏଠାରେ ଟିକଟ ପାଇପାରିବେ ବୋଲି ମୁଖ୍ୟ ଡାକପାଳ କହିଛନ୍ତି। ବାହାର ରାଜ୍ୟକୁ ଯାତ୍ରା କରିବାକୁ ଚାହୁଁଥିବା ସ୍ଥାନୀୟ ଲୋକମାନେ ଏହି ସେବା ଯୋଗୁଁ ବିଶେଷ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.