ଭଞ୍ଜନଗର ବ୍ୟବସାୟୀ ସଂଘ ଡ଼ାକରାରେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ।

0 316

ଭଞ୍ଜନଗର,୨୬/୦୨(ପିପିଟି); କେନ୍ଦ୍ର ସରକାରଙ୍କ ଦ୍ରବ୍ୟ ଏବଂ ସେବା ଟିକସ (ଜି.ଏସ୍.ଟି) ବ୍ୟବସ୍ଥାରେ ଜାରି କରିଥିବା ଜଟିଳତାକୁ ବିରୋଧ କରି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ତରଫରୁ ଶୁକ୍ରବାର ଭାରତ ବନ୍ଦ ପାଇଁ ଘୋଷଣା କରାଯାଇଥିବା ବେଳେ ଏହାକୁ ଆମ ରାଜ୍ୟରେ ମଧ୍ୟ ସମର୍ଥନ ଜଣାଇ ବନ୍ଦ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ବଣିକ ସଂଘ ଓ ଆଦର୍ଶ କିରଣୀ ବଣିକ ସଂଘ ମଧ୍ୟ ଏଥିରେ ସାମିଲ ହୋଇ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଓ ଦୋକାନ ବଜାର ବନ୍ଦ ରଖିବା ସହ ଜି.ଏସ.ଟି ସରଳିକରଣ ଦାବୀରେ ଏକ ଶୋଭାଯାତ୍ରାରେ ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରିବା ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କୁ ପ୍ରଦାନ କରିଥିଲେ। ଏଥିରେ ସୁଶାନ୍ତ କୁମାର ମହାପାତ୍ର,ଏ. ଗୌରୀ ଶଙ୍କର ପାତ୍ର,ସି.ଏଚ.ରୋସନ କୁମାର ସୁବୁଦ୍ଧି,ଏମ. ମହେଶ୍ୱର ସୁବୁଦ୍ଧି,ସି. ଏଚ ଆଶିଷ କୁମାର ପାତ୍ର,ବି. କୈଳାସ ପାତ୍ର, ଗୌରାଙ୍ଗ ସେନାପତିଙ୍କ ସମେତ ଅନ୍ୟ ବହୁ ବ୍ୟବସାୟୀ ଉପସ୍ଥିତ ଥିଲେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.