ଭଞ୍ଜନଗର, ୧୨/୧୦(ପିପିଟି):ମହିଳା ମାନଙ୍କୁ ସଶକ୍ତ ଓ ଆତ୍ମନିର୍ଭରଶୀଳ କରିବା ପାଇଁ ସେମାନଙ୍କ ହିତରେ ରାଜ୍ୟ ସରକାର ମିଶନ ଶକ୍ତିରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି।ଏହି ଅବସରରେ ମହିଳାମାନଙ୍କ ଯାତାୟତ ସୁବିଧା ଦୃଷ୍ଟିରୁ ଆମର ସ୍କୁଟର ଯୋଜନା ଆରମ୍ଭ ହୋଇଛି।ପ୍ରଥମ ପର୍ଯ୍ୟାୟରେ ୧୫ହଜାର ମହିଳାଙ୍କୁ ସ୍କୁଟର ବଣ୍ଟନ କରାଯାଇଛି।ସେଥି ମଧ୍ୟରୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକର ୧୫ଟି ପଞ୍ଚାୟତରେ ୬୨ଜଣ ମହିଳା ସ୍କୁଟର ପାଇବାରେ ସକ୍ଷମ ହୋଇଛନ୍ତି।ବଡ଼ କୋଦଣ୍ଡା ପଞ୍ଚାୟତର ୪ଜଣ ମହିଳା, ବାଇବାଲିର ୭ଜଣ,ବାଉଁଶ ଲୁଣ୍ଡିର ୩ଜଣ,ଦଦରା ଲୁଣ୍ଡାର ୫ଜଣ, ଡ଼ିହ ପଢାଳର ୭ଜଣ, ଗୋଲା ପଡ଼ାର ୩ଜଣ,ଗୁଣ୍ଡୁରି ବାଡ଼ିର ୨ଜଣ,ଜିଲୁଣ୍ଡିର ୯ଜଣ,କୁଲାଡ଼ର ୨ଜଣ,ଲାଲସିଂର ୩ଜଣ,ଲେମ୍ଭେଇର ୬ଜଣ, ମୁଦୁଲି ପଲିର ୫ଜଣ, ମୁଜାଗଡ଼ର ୩ଜଣ,ତିଳି ସିଙ୍ଗିର ୨ଜଣ ଓ ତୁରୁମୁର ଜଣେ ମହିଳା ଏହି ଯୋଜନାରେ ସାମିଲ ହୋଇଛନ୍ତି।ପରବର୍ତ୍ତୀ ସମୟରେ ଅନ୍ୟ ମହିଳାମାନେ ଏହି ସୁବିଧା ପାଇବେ ବୋଲି ବିଡ଼ିଓ ଶଶୀ ଭୂଷଣ ମହାପାତ୍ର କହିଛନ୍ତି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିସି ମାଧ୍ୟମରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ଭଞ୍ଜନଗର ବିଡ଼ିଓ ଶ୍ରୀ ମହାପାତ୍ର,ବ୍ଲକ ଉପାଧ୍ୟକ୍ଷା ରାଜଲଷ୍ମୀ ପ୍ରଧାନ,ବିପିସି ପୁଷ୍ପାଞ୍ଜଳି ନାହାକଙ୍କ ସମେତ ଅନ୍ୟାନ୍ୟ ମିଶନ ଶକ୍ତିର ମହିଳାମାନେ ଉପସ୍ଥିତ ଥିଲେ।
ରିପୋର୍ଟ୍ -ଜୟକୃଷ୍ଣ ପଟ୍ଟନାୟକ