ଭଞ୍ଜନଗର, ୧୧/୧୨(ପିପିଟି):ଭଞ୍ଜନଗର ବ୍ଲକରେ ଗତ ମାସ ୧୯ତାରିଖ ବିଶ୍ୱ ଶୌଚାଳୟ ଦିବସ ଠାରୁ ଡିସେମ୍ବର ୧୦ତାରିଖ ସୁଦ୍ଧା ବିଭିନ୍ନ ପଞ୍ଚାୟତରେ ବ୍ୟକ୍ତିଗତ ଶୌଚାଳୟ ଓ ଗୋଷ୍ଠି ଦ୍ୱାରା ସ୍ୱଚ୍ଛତା ପରିଚାଳନାକୁ ନେଇ ହୋଇଥିବା ସର୍ଭେ ରିପୋର୍ଟ ଅନୁସାରେ ଲାଲ ସିଂ ପଞ୍ଚାୟତ ଶ୍ରେଷ୍ଠସ୍ଥାନ ଅଧିକାର କରିଥିବାରୁ ବ୍ଲକ କାର୍ଯ୍ୟାଳୟ ଠାରେ ପୁରସ୍କୃତ ହୋଇଛି।ଦ୍ୱିତୀୟରେ ଗୁଣ୍ଡୁରି ବାଡ଼ି ଓ ତୃତୀୟ ସ୍ଥାନରେ ମୁଦୁଲି ପଲି ପଞ୍ଚାୟତ ରହିଛି।ପ୍ରଥମରେ ଥିବା ଲାଲ ସିଂ ପଞ୍ଚାୟତର ସରପଞ୍ଚ ଶିବରାମ ସାହୁଙ୍କ ସମେତ ଅନ୍ୟ ପଞ୍ଚାୟତର ଜନ ପ୍ରତିନିଧିମାନେ ଭଞ୍ଜନଗର ତହସିଲଦାର ତଥା ଭାରପ୍ରାପ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଉମା ଶଙ୍କର ବେହେରା ଓ ଏବିଡ଼ିଓ ପୁର୍ଣ୍ଣଚନ୍ଦ୍ର ପାଢ଼ୀଙ୍କ ଠାରୁ ପ୍ରମାଣପତ୍ର ଓ ଟ୍ରଫି ଗ୍ରହଣ କରିଥିଲେ।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ସହକାରୀ ଯନ୍ତ୍ରୀ ନିତ୍ୟାନନ୍ଦ ପାତ୍ର, ବିଆରସି ସୁବାସିନୀ ନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ରିପୋର୍ଟ- (ଜେ.କେ ପଟ୍ଟନାୟକ)