ଭଞ୍ଜନଗର, ୧୪/୦୧(ପିପିଟି):ଗତକାଲି ମଧ୍ୟରାତ୍ରୀରେ ଭଞ୍ଜନଗର ଥାନା ଅଧିକାରୀ କୁମର ମୁଦୁଲି,ଏଏସଆଇ ରୁଦ୍ର ପ୍ରସାଦ କହ୍ନର ଏବଂ ଅନ୍ୟ ପୋଲିସ କର୍ମଚାରୀମାନେ ମୁଜାଗଡ଼ ପାଖରେ ପେଟ୍ରୋଲିଂ ଏବଂ ଗାଡି ଚେକିଂ କରୁଥିବାବେଳେ ଫୁଲବାଣୀ ଆଡୁ ଦୁଇଟି ମୋରସାଇକେଲ ଯାହାର ନଂ ଓଡ଼ି ୦୨ ସିବି ୬୫୪୪ ଏବଂ ଓଡ଼ି ୦୭ ଡବ୍ଲ୍ୟୁ ୩୮୦୯ ଆସୁଥିଲା।ହେଲେ ପୋଲିସ ଚେକିଂ ଦେଖି ସେମାନେ ଗାଡି ଦୁଇଟି ହଠାତ ବୁଲାଇ ପୁଣି ଥରେ ଫୁଲବାଣୀ ଆଡେ ପଳାଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ଦୁଇଟି ବାଇକ ପଡିଯିବାରୁ ଏହାର ସୁଯୋଗ ନେଇ ଚଳାକମାନେ ଦୌଡ଼ି ପଳାଇ ଗଲେ।ହେଲେ ୪ଜଣଙ୍କ ମଧ୍ୟରୁ ଜଣେ ଧରା ପଡ଼ିଥିଲେ। ସେହି ଗାଡି ଗୁଡ଼ିକୁ ତଲାସୀ ନେବାରେ ସେଥିରେ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା ଜଣାପଡିଥିଲା। ଯାଞ୍ଚ କରିବାପରେ ସେଥିରେ ୨୯ କେଜି ୫ଶହ ଗ୍ରାମ ଗଞ୍ଜେଇ ବାହାରିଥିଲା।ଉକ୍ତ ଗଞ୍ଜେଇ ସହିତ ବାଇକ ଗୁଡିକୁ ଜବତ କରାଯାଇଛି।ଧରାପଡିଥିବା ବ୍ୟକ୍ତି ଜଣଙ୍କ ହେଲେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳର ଉଜୁମୁସ୍ପା ଗ୍ରାମର ବିବନ କହ୍ନର ଙ୍କ ପୁଅ ଅଜିତ କହ୍ନର। ସେମାନେ ଉକ୍ତ ଗଞ୍ଜେଇକୁ ଫିରିଙ୍ଗିଆ ରୁ ଆଣି ବ୍ରହ୍ମପୁର ନେଉଥିବା ଜଣାପଡିଛି। ଏ ସଂକ୍ରାନ୍ତରେ ଭଞ୍ଜନଗର ଥାନା କେସ ନଂ ୪୧/୨୫ରେ ଏକ ମାମଲା ପଞ୍ଜିକୃତ ହୋଇ ଆସାମୀ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ଭଞ୍ଜନଗର ଆଇଆଇସି କୁମର ମୁଦୁଲି କହିଛନ୍ତି।
ରିପୋର୍ଟ- (ଜେ.କେ ପଟ୍ଟନାୟକ)