ଭଞ୍ଜନଗର, ୨୮/୧୦(ପିପିଟି ):୨୬ଅକ୍ଟୋବର ରୁ ୧ ନଭେମ୍ବର ପର୍ଯ୍ୟନ୍ତ ସତର୍କତା ସଚେତନତା ସପ୍ତାହ ପାଳନ କରାଯାଏ। ଗଞ୍ଜାମ ପୋଲିସ ଅଧୀନରେ ଥିବା ବିଭିନ୍ନ ପୋଲିସ ଥାନାର ସମସ୍ତ ପୋଲିସ କର୍ମଚାରୀ ଆଜି ସତର୍କତା ସଚେତନତା ସପ୍ତାହ ପାଳନ ଅବସରରେ ସଚ୍ଚୋଟତା ଶପଥ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ପୋଲିସ ପକ୍ଷରୁ ଥାନା ପରିସରରେ ଶପଥ ପାଠ ମାଧ୍ୟମରେ, ସେମାନେ ନିଜ କର୍ତ୍ତବ୍ୟ ପାଳନରେ ସଚ୍ଚୋଟତା, ସାଧୁତା ଓ ନୈତିକ ଆଚରଣ ବଜାୟ ରଖିବା ଏବଂ ସମସ୍ତ ପ୍ରକାରର ଦୁର୍ନୀତି ବିରୁଦ୍ଧରେ ଦୃଢ଼ ଭାବରେ ଠିଆ ହେବା ପାଇଁ ଅଟଳ ପ୍ରତିବଦ୍ଧତାକୁ ପୁନଃସ୍ଥାପିତ କରିଛନ୍ତି।ଏଥିରେ ଗଞ୍ଜାମ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମସ୍ତ ପୋଲିସ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଭଞ୍ଜନଗର ଆଇଆଇସି ଜୀବନାନନ୍ଦ ଜେନା, ଏସଆଇ ସମୀର କୁମାର ସେଠୀ, ଲାଷ୍ମୀଧର ମହାନ୍ତି, ଏଏସଆଇ ଜ୍ୟୋସ୍ନା ସାହୁ, ଲିପିନା ବିଶ୍ୱାଳଙ୍କ ସମେତ ଶରତ ଚନ୍ଦ୍ର ପଣ୍ଡା, ସୁଶାନ୍ତ ପଟ୍ଟନାୟକ, ବିଦେଶୀ ବେହେରା,ରୁଦ୍ର ପ୍ରସାଦ କହଁର,ସତ୍ୟ ନାରାୟଣ ମଲିକ ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।ସେହିପରି ତାର ସିଂ ଥାନା ଅଧିକାରୀ ଶୁଭଲଷ୍ମୀ ପୂଜାରୀଙ୍କ ଅଧ୍ୟକ୍ଷତାରେ ସମସ୍ତ ପୋଲିସ କର୍ମଚାରୀ ମାନେ ଶପଥ ପାଠ କରିଥିଲେ।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)