ଭଞ୍ଜନଗର ପାଇଁ ଗୌରବ ଆଣିଲେ ସୁନୀଲ ।

0 1,031

ଭଞ୍ଜନଗର,୧୯/୧୦(ପିପିଟି) : ସୁନୀଲ ସାଇ ଦେବାଶିଷ ଭଞ୍ଜନଗର ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି। ଓଡିଶା ଲୋକ ସେବା ଆୟୋଗର ଫଳାଫଳ ଆଜି ପ୍ରକାଶ ପାଇବା ପରେ ଭଞ୍ଜନଗର ସହରର ଖୁସିର ଲହରୀ ଖେଳିଯାଇଛି। ବହୁ ପରିଶ୍ରମ କରିବା ସହ ଶିକ୍ଷା ପ୍ରତି ଆଗ୍ରହ ଏବଂ ଦୃଢ ଇଛାଶକ୍ତି ଆଜି ସୁନୀଲଙ୍କ ପାଇଁ ସଫଳତା ଆଣିଦେଇଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଲାଲସିଂ ପଞ୍ଚାୟତ ୟୁନିଟ-୬ ବାସିନ୍ଦା ସୁବାସ ଚନ୍ଦ୍ର ସାହୁ ଓ ମାତା ରମିତା କୁମାରୀ ସାହୁଙ୍କ ଏକ ମାତ୍ର ପୁଅ ସୁନୀଲ ସାଇ ଦେବାଶିଷ ୨୦୨୨ ଓଡିଶା ଲୋକ ସେବା ଆୟୋଗର ପରୀକ୍ଷାରେ ୧୯୩ରେଙ୍କରେ କୃତକାର୍ଯ୍ୟ ହୋଇଛନ୍ତି। ସୁନୀଲଙ୍କ ବାପା ଜଣେ ଶିକ୍ଷକ କିଛିଦିନ ହେବ ପଦୋନ୍ନତି ହୋଇ ପ୍ରଧାନ ଶିକ୍ଷକରୁ ଅବସର ନେଇଛନ୍ତି ମା ରମିତା କୁମାରି ସାହୁ ମଧ୍ୟ ଜଣେ ଶିକ୍ଷୟତ୍ରୀ ଭାବେ ଅବସର ନେଇଛନ୍ତି।ସୁନୀଲ ଭଞ୍ଜନଗର ଡିହ ପଢାଳ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଦଶମ ଶ୍ରେଣୀ ପଢ଼ା ସାରି ବ୍ରହ୍ମପୁର ଖଲ୍ଲିକୋଟ କଲେଜରେ ଦ୍ୱାଦଶ ଶ୍ରେଣୀ ବିଜ୍ଞାନରେ ଅଧ୍ୟୟନ କରିବା ପରେ ସେ ଓଡିଶା ପ୍ରଶାସନିକ ସେବାରେ ନିଜକୁ ନିୟୋଜିତ କରିବା ପାଇଁ ପରିଶ୍ରମ କରି ଆସୁଥିଲେ।୨୦୨୦ରେ ଭୁବନେଶ୍ୱର ଠାରେ ଯୁକ୍ତ ତିନି କଳା ଇଗନୌରେ ପଢ଼ିବା ପରେ ଦୁଇ ବନ୍ଧୁ ବିନ୍ଦୁ ବଳୟ ରାଉତରାୟ ଓ ପ୍ରିୟବ୍ରତ ପାଲକଙ୍କ ଠାରୁ ପ୍ରେରଣା ପାଇ ସିଭିଲ ସର୍ଭିସ ପାଇଁ କୋଚିଂ ନେଇଥିଲେ। ତିନି ଥର ପରୀକ୍ଷାରେ ବିଫଳ ହେବାପରେ ମଧ୍ୟ ତାଙ୍କ ଦୃଢ ଇଛାଶକ୍ତି ସକାଶେ ଚତୁର୍ଥ ଥର ପରୀକ୍ଷାରେ ଆଜି ସେ ଓଡିଶା ଲୋକ ସେବା ଆୟୋଗର ପରୀକ୍ଷାରେ ସଫଳ ହୋଇଛନ୍ତି।ଆଗକୁ ସୁନୀଲ ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ଆଶା ରଖିଛନ୍ତି। ଆଜି ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଭଞ୍ଜନଗର ଅଞ୍ଚଳରେ ଥିବା ସୁନୀଲଙ୍କ ସାଙ୍ଗସାଥି,ବନ୍ଧୁବାନ୍ଧବ, ଜନସାଧାରଣ, ଶିକ୍ଷକ ଶିକ୍ଷୟତ୍ରୀ ଓ ଶୁଭେଛୁ ମାନେ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ପୁଅର ସଫଳତା ପରିବାର ପାଇଁ ଖୁସି ଆଣିଦେଇଛି।

ରିପୋର୍ଟ- (ଜେ. କେ ପଟ୍ଟନାୟକ)

Leave A Reply

Your email address will not be published.