ଭଞ୍ଜନଗର ଥାନାର ୨ହୋମଗାର୍ଡ ସମ୍ବର୍ଦ୍ଧିତ।

0 318

ଭଞ୍ଜନଗର, ୦୬/୧୨(ପିପିପି):ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର ଙ୍କ ସଂଯୋଜନାରେ ଗଞ୍ଜାମ ପୁଲିସ ପକ୍ଷରୁ ହୋମଗାର୍ଡ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି । ଜିଲ୍ଲା ମୁଖ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଶଂସନୀୟ କାର୍ଯ୍ୟ କରିଥିବା ଗଞ୍ଜାମ ଜିଲ୍ଲାର ୨୫ ଜଣ ହୋମଗାର୍ଡଙ୍କୁ ଜିଲ୍ଲା ପୋଲିସ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଭଞ୍ଜନଗର ଥାନାର ଦୁଇ ଜଣ ହୋମଗାର୍ଡଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ ଓ ଗଜେନ୍ଦ୍ର ସ୍ୱାଇଁ। ଉତ୍ତମ ପ୍ରଦର୍ଶନ ସହ ପ୍ରଶଂସନୀୟ କାର୍ଯ୍ୟ ପାଇଁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାରୁ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି। ହେମନ୍ତ ରାଓ ଓ ଗଜେନ୍ଦ୍ର ସ୍ବାଇଁ ଉଭୟଙ୍କୁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର ହୋମଗାର୍ଡ ପୁରସ୍କାର ପ୍ରଦାନ କରିଛନ୍ତି I ଦୁଇ ହୋମଗାର୍ଚ ପୁରସ୍କାର ପାଇବାର ସମସ୍ତ ଶ୍ରେୟ ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କୁ ଦେଇଛନ୍ତି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.