ଭଞ୍ଜନଗର ଥାନାରେ ୨ୟ ମୋବାଇଲ ମେଳା; ୨୩ଜଣ ଫେରି ପାଇଲେ ନିଜ ହଜିଲା ମୋବାଇଲ ।

0 250

ଭଞ୍ଜନଗର, ୦୨/୧୧(ପିପିଟି):୨ୟ ଥର ପାଇଁ ହଜିଥିବା ମୋବାଇଲକୁ ଖୋଜି ପ୍ରକୃତ ମାଲିକଙ୍କୁ ଫେରାଇଲା ଭଞ୍ଜନଗର ପୋଲିସ।ପୂର୍ବରୁ ଗତ ୨୮ସେପ୍ଟେମ୍ବରରେ ଭଞ୍ଜନଗର ପୋଲିସ ଦ୍ୱାରା ଆୟୋଜିତ ପ୍ରଥମ ମୋବାଇଲ ମେଳାରେ ମୋଟ ୩୦ଜଣ ବ୍ୟକ୍ତିଙ୍କୁ ନିଜର ହଜିଲା ମୋବାଇଲ ଫେରି ପାଇଥିଲେ।ଆଜି ପୁଣିଥରେ ଭଞ୍ଜନଗର ଥାନାରେ ଅନୁଷ୍ଠିତ ଦ୍ୱିତୀୟ ମେଳାରେ ୨୩ଟି ହଜିଲା ମୋବାଇଲ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି।ଗତ ୬ମାସ ମଧ୍ୟରେ ଅନେକ ମୋବାଇଲ ହଜିଯାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା।ଭଞ୍ଜନଗର ପୋଲିସ ସେଗୁଡିକୁ ଖୋଜି ବାହାର କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରି ସାଇବର ସେଲ ସାହାଯ୍ୟରେ ମୋବାଇଲକୁ ଖୋଜି ପାଇଥିଲା।ଆଜି ପ୍ରକୃତ ମାଲିକଙ୍କୁ ଡାକି ସେମାନଙ୍କୁ ମୋବାଇଲ ସବୁ ଫେରାଇଛି ପୋଲିସ।ସମସ୍ତେ ନିଜ ହଜି ଯାଇଥିବା ମୋବାଇଲକୁ ପୁଣି ଫେରି ପାଇ ବହୁତ ଖୁସି ହେବା ସହ ଭଞ୍ଜନଗର ପୋଲିସକୁ ସାଧୁବାଦ ଜଣାଇଛନ୍ତି।ଏଥିରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ ଙ୍କ ସମେତ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଡ଼. ଦୀପକ କୁମାର ମିଶ୍ର, ଆଇଆଇସି ଜୀବନାନନ୍ଦ ଜେନା, ଏସଆଇ ସମୀର କୁମାର ସେଠୀ, ଲାଷ୍ମୀଧର ମହାନ୍ତି, ଜ୍ୟୋସ୍ନା ସାହୁ, ଲିପିନା ବିଶ୍ୱାଳ ଓ ଅନ୍ୟ ସମସ୍ତ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.