ଭଞ୍ଜନଗର ଥାନାରେ ୧୪୦ ୟୁନିଟ ରକ୍ତ ସଂଗ୍ରହ ।

0 413

ଭଞ୍ଜନଗର, ,୦୭/୦୮(ପିପିଟି):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାକୁ ପ୍ରତ୍ୟେକ ଦିନ ପଡ଼ୋଶୀ କନ୍ଧମାଳ, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାରୁ ଶହ ଶହ ସଂଖ୍ୟକ ରୋଗୀ ଚିକିତ୍ସିତ ହେବା ପାଇଁ ଆସିଥାନ୍ତି।ସେହି ଅନୁସାରେ ରକ୍ତ ମଧ୍ୟ ଆବଶ୍ୟକ ହୋଇଥାଏ।ଅଧିକାଂଶ ସମୟରେ ସ୍ଥାନୀୟ ଓଡ଼ିଶା ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଯୋଗୁଁ ବହୁ ମୂଲ୍ୟବାନ ଜୀବନ ଅଦିନରେ ଚାଲି ଯାଉଛି।ତେଣୁ ରକ୍ତର ଅଭାବ ଦୂର କରିବା ସକାଶେ ଆଜି ଭଞ୍ଜନଗର ପୋଲିସ ଥାନାରେ ଆମ ପୋଲିସ ସମିତି ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ ହୋଇଥିଲା।ଏଥିରେ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସୁଜିତ କୁମାର ନାୟକ, ଥାନା ଅଧିକାରୀ କୁମାର ମୁଦୁଲି, ଆମ ପୋଲିସ ସମିତିର ସଦସ୍ୟମାନେ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।ବହୁ ପୁରୁଷ, ମହିଳା, ଯୁବକ ଓ ଛାତ୍ର ମାନେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।ଏହି ଶିବିରରେ ମୋଟ ୧୪୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।ରକ୍ତଦାତା ମାନଙ୍କୁ ଅତିଥିମାନେ ପ୍ରମାଣ ପତ୍ର ଦେଇ ସମ୍ମାନିତ କରିଥିଲେ।ଏଥିରେ ଭଞ୍ଜନଗର ଥାନାର ସମସ୍ତ ପୋଲିସ କର୍ମଚାରୀ, ବିପଦର ବନ୍ଧୁ ସଙ୍ଗଠନର ସଦସ୍ୟ ଓ ରକ୍ତଭଣ୍ଡାର କର୍ମଚାରୀମାନେ ସହଯୋଗ କରିଥିଲେ।

 ରିପୋର୍ଟ-ଜେ କେ ପଟ୍ଟନାୟକ 

Leave A Reply

Your email address will not be published.