ଭଞ୍ଜନଗର ଥାନାରେ ଶ୍ରୀ ଗଣେଶଙ୍କ ପଥର ମୂର୍ତ୍ତି ସ୍ଥାପନ।

0 232

ଭଞ୍ଜନଗର ୨୭/୦୮(ପିପିଟି ):ସବୁବେଳେ ପରିବେଶ ଠିକ ରହିଲେ ଯେକୌଣସି କାର୍ଯ୍ୟ କରିବା ସହଜ ହୋଇଥାଏ।ତେଣୁ ଏହାକୁ ଉପଲବ୍ଧି କରି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନାଅଧିକାରୀ ଭାବେ ଜୀବନାନନ୍ଦ ଜେନା ଦାୟିତ୍ୱ ଗ୍ରହଣ କରିବା ପରେ ଥାନାର ରୂପରେଖ ବଦଳି ଯାଇଛି।ଥାନା ପରିସରକୁ ସବୁଜ ଓ ସୁନ୍ଦର ରଖିବା ପାଇଁ ଅହରହ ଉଦ୍ୟମ ଜାରି ରହିଛି।ତେଣୁ ଚାରା ରୋପଣ ସହ ଅନ୍ୟାନ୍ୟ ଦିଗ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି।ଏଥିସହ ଆଜି ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ବହୁ ଆଡମ୍ବର ସହକାରେ ଅଗ୍ରପୂଜ୍ୟ ପ୍ରଭୁ ଗଜାନନଙ୍କର ଏକ ସୁନ୍ଦର ପ୍ରସ୍ତର ନିର୍ମିତ ମୂର୍ତ୍ତି ଥାନା ପରିସରରେ ସ୍ଥାପନ କରାଯାଇଛି।ଖୁବ କମ ଦିନ ମଧ୍ୟରେ ଆଇଆଇସି ଶ୍ରୀ ଜେନାଙ୍କ ପ୍ରଚେଷ୍ଟା ରେ ଏହା ସମ୍ଭବ ହୋଇପାରିଛି। ଏହି ପୂଜା କାର୍ଯ୍ୟରେ କର୍ତ୍ତା ଭାବେ ଥାନା ଏସ ଆଇ ଲକ୍ଷ୍ମୀଧର ମାହାନ୍ତି ଦାୟିତ୍ୱ ତୁଲାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଏସ ପି ରଞ୍ଜନ କୁମାର ଦେ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଡ଼. ଦୀପକ କୁମାର ମିଶ୍ର, ଥାନାଧିକାରୀ ଜୀବନାନନ୍ଦ ଜେନା, ଏସ ଆଇ ସମୀର କୁମାର ସେଠି,ଜ୍ୟୋସ୍ନାମୟୀ ସାହୁ, ଲିପିନା ବିଶ୍ୱାଳ, ଏ ଏସ ଆଇ ବିଦେଶୀ ବେହେରା, ଶରତ କୁମାର ପଣ୍ଡା, ସତ୍ୟନାରାୟଣ ମଲ୍ଲିକ, ରୁଦ୍ର ପ୍ରତାପ କହଁର, ହାବିଲଦାର ଦିଲୀପ କୁମାର ରାଉତ, ସ୍ରଷ୍ଠୀ ପ୍ରସାଦ ମିଶ୍ର, ସୁଶାନ୍ତ କୁମାର ପଟ୍ଟନାୟକ, କନଷ୍ଟେବଳ କେ. ପି ରେଡି,ସନ୍ତୋଷ ନାୟକ, ପଙ୍କଜ ବିଷୋୟୀ, ରାଘବ ବିଷୋୟୀ, ରଶ୍ମିତା ଗୌଡ଼,ବାବୁଲା ନାୟକ, ନରେଶ ଶବର ଗୃହରକ୍ଷୀ ଗଜେନ୍ଦ୍ର ସ୍ୱାଇଁ, ପି. ହେମନ୍ତ ରାଓ,ମଣ୍ଟୁ ପଣ୍ଡା, ଦିବ୍ୟ ସିଂ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.