ଭଞ୍ଜନଗର ଥାନାରେ ନୂତନ ଆଇଆଇସିଙ୍କ ଯୋଗଦାନ ।

0 532

ଭଞ୍ଜନଗର, ୧୪/୯(ପିପିଟି):ଭଞ୍ଜନଗର ଆଦର୍ଶ ଥାନାରେ ନୂତନ ଥାନା ଅଧିକାରୀ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ଭଗବାନ ପୂଜାରୀ। ପୂର୍ବତନ ଆଇଆଇସି ଧୀରେସ କୁମାର ଦାସଙ୍କର ଅନୁଗୁଳ ଜିଲ୍ଲାକୁ ବଦଳି ହେବା ପରେ ଏହି ପଦବୀ ଖାଲି ପଡ଼ିଥିଲା।ନୂତନ ଆଇଆଇସି ଶ୍ରୀ ପୂଜାରୀ ଗତ ୨୦୧୨ରୁ ୨୦୧୪ମସିହା ପର୍ଯ୍ୟନ୍ତ ଭଞ୍ଜନଗର ଥାନାରେ ଏସଆଇ ଭାବରେ କାର୍ଯ୍ୟ କରିବା ପରେ, ବାଲି ପଦର ଫାଣ୍ଡି, ତାରସିଂ ଥାନା ପୁଣି ବାଲି ପଦର ପରେ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ବିଶ୍ରା ଥାନାରେ ଜଣେ ଦକ୍ଷ ପୁଲିସ ଅଧିକାରୀ ଭାବେ ନିଜ କାର୍ଯ୍ୟ ସୁଚାରୁ ରୂପେ ତୁଲାଇ ପୁଣି ଭଞ୍ଜନଗର ଥାନାରେ ଆଇଆଇସି ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଭଞ୍ଜନଗର ଥାନା ଅଞ୍ଚଳ ସହ ପୂର୍ବ ପରିଚିତ ଏବଂ ଅଭିଜ୍ଞତା ଦୃଷ୍ଟିରୁ ଶ୍ରୀ ପୂଜାରୀଙ୍କୁ ଆଇନ ଶୃଙ୍ଖଳା କ୍ଷେତ୍ରରେ କୌଣସି ଅସୁବିଧାର ସାମନା କରିବାକୁ ପଡିବ ନାହିଁ ବୋଲି ଆଶା କରାଯାଉଛି। ଏହି ଥାନାର ଗୁରୁତ୍ୱ ଦୃଷ୍ଟିରୁ ଭଞ୍ଜନଗର ଅଞ୍ଚଳରେ କିଭଳି ଶାନ୍ତି ଶୃଙ୍ଖଳା ବଜାୟ ରଖିବ, ଲୋକମାନେ କିଭଳି ନିରାପଦରେ ରହିବେ ସେଥିପ୍ରତି ପୁଲିସ ସଜାଗ ରହିବା ସହ ଏଠାରେ କୌଣସି ଅପରାଧୀକ କାର୍ଯ୍ୟକଳାପକୁ ପ୍ରଶ୍ରୟ ଦିଆ ଯିବନାହିଁ ଏବଂ ଅସାମାଜିକ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ପୂଜାରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି।

ରିପୋର୍ଟ-ଜେ କେ ପଟ୍ଟନାୟକ

Leave A Reply

Your email address will not be published.