ଭଞ୍ଜନଗର ଥାନାରେ ଆଜି ସୁଧା ୧୨୧୪କେସ ପଞ୍ଜିକୃତ; ଗଞ୍ଜାମ ଜିଲ୍ଲାରେ ରେକର୍ଡ଼ ।

0 144

ଭଞ୍ଜନଗର, ୩୦/୧୨(ପିପିଟି) : ୨୦୨୩ବର୍ଷ ଶେଷ ହେବାକୁ ଯାଉଛି।ଆଉ ଦିନେ ପରେ ଆସିବ ନୂତନ ବର୍ଷ ୨୦୨୪।ହେଲେ ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନାରେ ଏତେ ସଂଖାକ ମାମଲା ରୁଜୁ ହୋଇଛି ଯେ ତାହା ଗଞ୍ଜାମ ଜିଲ୍ଲା ସମେତ ସାରା ଓଡ଼ିଶାରେ ଅନ୍ୟ କୌଣସି ଥାନାରେ ହୋଇ ନଥିବା ଅନୁମାନ କରାଯାଉଛି। ସୂଚନା ଅନୁସାରେ ଆଜି ସନ୍ଧ୍ୟା ସୁଧା ରିପୋର୍ଟ ଲେଖା ହେବା ବେଳକୁ ଭଞ୍ଜନଗର ଥାନାରେ ଚଳିତ ବର୍ଷ ସର୍ବାଧିକ ମୋଟ ୧୨୧୪ଟି କେସ ପଞ୍ଜିକୃତ ହୋଇଥିବା ଜଣାପଡିଛି।ଏଥି ସହିତ ମୋଟ ୫୧ଟି ଅପମୃତ୍ୟୁ ମାମଲା ମଧ୍ୟ ରହିଛି। ପୂର୍ବରୁ କେଉଁ ବର୍ଷ ଏତେ ସଂଖ୍ୟାରେ କେସ ରୁଜୁ ହୋଇନାହି।ଯାହାକି ୨୦୨୩ବର୍ଷ ପାଇଁ ଏକ ଅନନ୍ୟ ରେକର୍ଡ ସୃଷ୍ଟି କରିଛି।ବାରମ୍ବାର ଆମ ପୁଲିସ ସମିତି ପକ୍ଷରୁ ଭଞ୍ଜନଗର ଥାନା ଅଞ୍ଚଳରେ ବିଭିନ୍ନ ଜନ ସଚେତନତା କାର୍ଯ୍ୟକ୍ରମ କରାଯାଉଥିଲେ ମଧ୍ୟ ଲୋକଙ୍କ ମଧ୍ୟରେ ସେଭଳି କୌଣସି ପ୍ରଭାବ ପଡ଼ି ନଥିବା କାରଣରୁ ସେମାନେ ଆଇନକୁ ହାତକୁ ନେବାକୁ ପଛାଉ ନାହାନ୍ତି।ଯାହା ଫଳରେ କେସ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।ଯାହାକି ପୁଲିସ ପାଇଁ ଚିନ୍ତାର କାରଣ ସାଜିଛି।ଭଞ୍ଜନଗର ଥାନାରେ ପ୍ରତିବର୍ଷ ୬ଶହ ରୁ ୭ଶହ କେସ ରୁଜୁ ହେଉଥିବା ବେଳେ ଚଳିତ ବର୍ଷ ଅଗଷ୍ଟ ମାସ ୩୧ତାରିଖ ସୁଦ୍ଧା ମୋଟ ୭୮୩ମାମଲା ରୁଜୁ ହୋଇଥିଲା।ସବିଶେଷ ରିପୋର୍ଟ ଅନୁସାରେ ହତ୍ୟା ଘଟଣାକୁ ନେଇ ୪ଟି କେସ ରୁଜୁ ହୋଇଥିବା ବେଳେ, ଡକାୟତି ଘଟଣାରେ ଗୋଟିଏ, ରବେରୀ ଘଟଣାରେ ୨ଟି,ବର୍ଗଲାରୀ ଘଟଣାରେ ୧୧ଟି, ଥେଫ୍ଟ ଘଟଣାରେ ୫୩ଟି,ସ୍ବେଣ୍ଡଲିଂ ଘଟଣାରେ ୧୦ଟି,ରିଓଟିଙ୍ଗ ଘଟଣାରେ ୩ଟି,ମୋଟର ଭେଇକିଲ ଦୁର୍ଘଟଣା ଜନିତ ୧୩ଟି, ଦୁଷ୍କର୍ମ ଜନିତ ୯ଟି, ବିଭିନ୍ନ ଛୋଟ ବଡ଼ ଘଟଣାକୁ ନେଇ ୩୫୪ଟି, ମଦ୍ୟପ ଗାଡ଼ି ଚାଳକ ସମ୍ବନ୍ଧୀୟ ୨୮୧ଟି, ଅବକାରୀ ଘଟଣାରେ ୩୬ଟି,ଜୁଆ ଖେଳକୁ ନେଇ ୬ଟି ମାମଲା ଭଞ୍ଜନଗର ଥାନାରେ ପଞ୍ଜିକୃତ ହୋଇଥିଲା। ବର୍ତ୍ତମାନ ତାହା ବୃଦ୍ଧି ପାଇ ଏତେ ସଂଖ୍ୟାରେ ପହଞ୍ଚିଛି।ବର୍ତ୍ତମାନ ମୋବାଇଲ ଚୋରୀ,ଠକେଇ, ସାଇବର କ୍ରାଇମ, ନାବାଳିକା ଅପହରଣ ଓ ଦୁଷ୍କର୍ମ ଭଳି ଅନେକ ଘଟଣା ଥିବା ଜଣାପଡ଼ିଛି।

ରିପୋର୍ଟ- (ଜେ. କେ ପଟ୍ଟନାୟକ)

Leave A Reply

Your email address will not be published.