ଭଞ୍ଜନଗର, ୨୧/୦୩(ପିପିଟି); ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଦ୍ଵାରା ରବିବାର ଆୟୋଜିତ ମୋ କଲେଜ ଅଭିଯାନ ପୋର୍ଟାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଥିବା ବେଳେ ଏଥିରେ ରାଜ୍ୟର ମୋଟ ୭୫୫ରୁ ଉର୍ଦ୍ଧ୍ବ କଲେଜ ଓ ବିଶ୍ୱବିଦ୍ୟାଳୟ ମଧ୍ୟରେ ଭଞ୍ଜନଗର ଠାରେ ଥିବା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଓ ସାବିତ୍ରୀ ମହିଳା ମହାବିଦ୍ୟାଳୟ ମଧ୍ୟ ଯୋଡ଼ି ହୋଇଛି।ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି,କଲେଜ ଅଧ୍ୟାପକ ଅଧ୍ୟାପିକା ଓ ପୁରାତନ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ କେ.ଏସ.ୟୁ.ବି କଲେଜରେ ଲୋକାର୍ପଣ କାର୍ଯ୍ୟକ୍ରମର ସିଧା ପ୍ରସାରଣକୁ ସମସ୍ତେ ଦେଖିଥିଲେ। ଏଥିରେ କଲେଜ ଅଧ୍ୟକ୍ଷ ଡ଼. ସୁବାଷ ଚନ୍ଦ୍ର ପ୍ରଧାନଙ୍କ ସମେତ ପୂର୍ବତନ କଲେଜ ଅଧ୍ୟକ୍ଷ କୃତ୍ତିବାସ ବିଶ୍ୱାଳ, ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ,ଜେ. ରାମ ପ୍ରସାଦ ପୃଷ୍ଟି, ତାରିଣୀ ଚରଣ ପଣ୍ଡା,ବିଚିତ୍ରା ନନ୍ଦ ଦାଶ,ସନ୍ତୋଷ ଜେନା, ବିଚିତ୍ରା ନନ୍ଦ ପାଣିଗ୍ରାହୀ, ଶୂଳ ପାଣି ଶତପଥି, ପୀତବାସ ପାଳ,ସାତ୍ୟକି ସାହୁ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ଦ୍ୱାରା ଅଧ୍ୟୟନରତ ଛାତ୍ରଛାତ୍ରୀ ମାନେ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିପାରିବେ ଏବଂ ପୁରାତନ ଛାତ୍ରଛାତ୍ରୀ ମାନେ ମଧ୍ୟ ନିଜର ପ୍ରିୟ କଲେଜର ଉନ୍ନତି ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିପାରିବେ।ଯାହାଫଳରେ ସମସ୍ତଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ହୋଇପାରିବ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )