ଭଞ୍ଜନଗର ଠାରେ ଜାତୀୟ ବାଳିକା ଦିବସ ପାଳିତ ।

0 284

ଭଞ୍ଜନଗର, ୨୨/୦୧(ପିପିଟି) : ଭଞ୍ଜନଗର ବ୍ଳକ୍ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ଭେଜିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି। ଭଞ୍ଜନଗର ବ୍ଳକ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏସ୍ ଧନଞ୍ଜୟଙ୍କ ନିର୍ଦ୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମକୁ ଏବିଇଓ ତଥା ବିଆରସିସି ସୂର୍ଯ୍ୟ ନାଇକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ବାଳିକା ଶିକ୍ଷା, ଆତ୍ମ ନିର୍ଭରଶୀଳତା, ଆତ୍ମ ସୁରକ୍ଷା, ନାରୀ ସଶକ୍ତିକରଣ ତଥା ସୁଦୃଢ଼ୀକରଣ, କନ୍ୟା ରତ୍ନ ସଂରକ୍ଷଣ ତଥା ଅନ୍ୟାନ୍ୟ ଶୈକ୍ଷିକ ଦିଗ ଉପରେ ତଥ୍ୟ ପ୍ରଦାନ କରିଥିଲେ। ଏବିଇଓ ଗଜେନ୍ଦ୍ର କୁମାର ସେଠୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ। ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରୀ ମାନଙ୍କୁ ନେଇ ନାରୀ ସୁରକ୍ଷା ଉପରେ ବିଭିନ୍ନ ପ୍ରତିଯୋଗିତା ଯଥା ପ୍ରବନ୍ଧ, ଚିତ୍ରାଙ୍କନ ଓ ସ୍ଲୋଗାନ ଲିଖନ ଆୟୋଜନ କରାଯାଇଥିଲା। ବିଚାର ପତି ଏବଂ ଉପସ୍ଥିତ ଶିକ୍ଷକ ଓ ସିଆରସିସିଙ୍କ ଗହଣରେ ଏବିଇଓ ଚରଣ ବେହେରା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରି ସମ୍ମାନୀତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଦୀପ କୁମାର ସାସମଲ, ମନୋଜ କୁମାର ଗୌଡ଼, ରମେଶ ବେହେରା, ସନ୍ତୋଷ ରଥ, ସୋନିକା କୁମାରୀ ଗୌଡ଼ ଏବଂ କାଳୀଚରଣ ନାୟକ ବିଚାରପତି ରୂପେ କାର୍ଯ୍ୟ ନିର୍ବାହ କରିଥିଲେ।ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ, ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପାଣ୍ଡବ ସେଠୀ ଓ ସିଆରସିସି ବିଭୁ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.