ଭଞ୍ଜନଗର ଠାରେ ଆରମ୍ଭ ହେଲା ଗଜଲଷ୍ମୀ ପୂଜା ।

0 54

ଭଞ୍ଜନଗର, ୨୮/୧୦(ପିପିଟି):ଶୁକ୍ରବାର ମା’ ଦୁର୍ଗା ବିଦାୟ ନେବା ପରେ ମା’ ଗଜଲଷ୍ମୀଙ୍କ ଆଗମନରେ ପୁଣି ଗାଁ ଠାରୁ ସହର ଚଳ ଚଞ୍ଚଳ ହୋଇ ଉଠିଛି।ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କର ସୁନ୍ଦର ମୃଣ୍ମୟୀ ମୂର୍ତ୍ତୀ, ଆକର୍ଷଣୀୟ ସାଜସଜ୍ଜା, ରଙ୍ଗ ବେରଙ୍ଗର ଆଲୋକମାଳାରେ ଝଲସି ଉଠୁଛି।ଆଜି ଚନ୍ଦ୍ର ଗ୍ରହଣ ପଡୁ ଥିବାରୁ ନିର୍ଦ୍ଧାରିତ ସମୟ ମଧ୍ୟରେ ପୂଜା କାର୍ଯ୍ୟ ସମ୍ପାଦନ କରାଯାଇଛି।ସେହିପରି ଭଞ୍ଜନଗର ନିକଟ ତୁଳସୀ ପଲି ଠାରେ ମା’ ଗଜଲଷ୍ମୀ ପୂଜା କମିଟି ପକ୍ଷରୁ ଚଳିତ ବର୍ଷ ୮ମ ଥର ପାଇଁ ପୂଜା ବେଶ ଧୁମଧାମରେ ଆୟୋଜନ କରାଯାଇଛି।ଶୁକ୍ରବାର କଳସ ଯାତ୍ରା ଶେଷ ହୋଇଥିବା ବେଳେ ଅଧିବାସ, ଅଙ୍କୁରାରୋପଣ, ଦେବୀ ଆବାହନ, ହୋମ ଯଜ୍ଞ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ କର୍ତ୍ତା ଭାବେ ରାଧା ପଣ୍ଡା ଦାୟିତ୍ୱ ତୁଲାଇଥିବା ବେଳେ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ। ଆସନ୍ତା ମାସ ୬ତାରିଖରେ ମା’ଙ୍କର ଭଷାଣି ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।ଭଞ୍ଜନଗର ଖାଲା ସାହି, ବାଉଁଶ ଲୁଣ୍ଡି, ଜାମ ପଲି ଓ ଅନ୍ୟ କେତେକ ସ୍ଥାନରେ ମଧ୍ୟ ମା’ ଗଜଲଷ୍ମୀଙ୍କ ପୂଜା ଆଡମ୍ବର ସହକାରେ ପାଳନ କରାଯାଉଛି।

ରିପୋର୍ଟ୍ – (ଜେ. କେ ପଟ୍ଟନାୟକ)

Leave A Reply

Your email address will not be published.