ଭଞ୍ଜନଗର ଏନ୍ଏସି ଉପାଧ୍ୟକ୍ଷ ହେଲେ ଶୁଭଶ୍ରୀ ଦାସ ।

0 256

ଭଞ୍ଜନଗର,୦୭/୦୪(ପିପିଟି) : ଭଞ୍ଜନଗର ଏନଏସିର ପୌର ଉପାଧ୍ୟକ୍ଷ ଭାବେ ୮ନଂ ୱାର୍ଡର ବିଜେଡି କାଉନସିଲର ଶୁଭଶ୍ରୀ ଦାସ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ସରକାରୀ ନିୟମ ପ୍ରକାରେ ସକାଳ ୧୦ ଟାରୁ ୧୧ ଟା ମଧ୍ୟରେ ବିଜେଡି ପକ୍ଷରୁ ୮ନଂ ୱାର୍ଡର କାଉନସିଲର ଶୁଭଶ୍ରୀ ଦାସ ନାମାଙ୍କନ ପତ୍ର ଦାଖଲ କରିଥିଲେ। ବିରୋଧୀ ଗୋଷ୍ଠୀ ଶୂନ୍ୟ ରହିଥିବା ରୁ ନିର୍ବାଚନ ଅଧିକାରୀ ଆଲୋକ କୁମାର ପ୍ରଧାନ ନିର୍ଦ୍ୱୟରେ ଶୁଭଶ୍ରୀ ଦାସଙ୍କୁ ବିଜୟୀ ଘୋଷଣା କରିଥିଲେ। ଏହି ବିଜୟ ପାଇଁ ନଗରପାଳ ଗୋପବନ୍ଧୁ ମହାପାତ୍ର ଓ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସମେତ ସମସ୍ତ ୱାର୍ଡର କାଉନସିଲର ଏବଂ ବହୁ ଦଳୀୟ କର୍ମୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.