ଭଞ୍ଜନଗର ଏନଏସି ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ।

0 257

ଭଞ୍ଜନଗର, ୨୫/୦୯(ପିପିଟି ):ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଗତ ୧୭ ସେପ୍ଟେମ୍ବରରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ୧୫ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ। ଏଥିରେ ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, କାର୍ଯ୍ୟ ନିର୍ବାହୀ ଅଧିକାରୀ ମୁରଲୀକୃଷ୍ଟ ପଣ୍ଡା, କନିଷ୍ଠ ଯନ୍ତ୍ରୀ ଦିଲ୍ଲୀପ କୁମାର ମିଶ୍ର, ସମସ୍ତ ସ୍ଵଛ ସାଥି, ସଫେଇ କର୍ମଚାରୀ, ସମେତ ସମସ୍ତ କାଉନସିଲର ଓ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମାନେ ମିଶି ପ୍ରଥମେ ଭଞ୍ଜନଗର ବସଷ୍ଟାଣ୍ଡରୁ ସଫେଇ କାର୍ଯ୍ୟ ସାରିବା ପରେ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏକ ରାଲି ତହସିଲ କାର୍ଯ୍ୟାଳୟ, ଥାନା ଦେଇ ମୁଖ୍ୟ ସଡ଼କ ପାର ହୋଇ ଏନଏସି କାର୍ଯ୍ୟାଳୟରେ ଶେଷ ହୋଇଥିଲା।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.