ଭଞ୍ଜନଗର ଏନଏସି ପକ୍ଷରୁ ଜାଗା ମିଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ।

0 106

ଭଞ୍ଜନଗର, ୧୩/୧୦(ପିପିଟି): ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ଥାନୀୟ ଟାଉନ ହଲ ଠାରେ ଜାଗା ମିଶନ କାର୍ଯ୍ୟକ୍ରମ ଅନ୍ତର୍ଗତ ବସ୍ତି ବାସିନ୍ଦାଙ୍କ ପାଇଁ ଭୂମି ପ୍ରମାଣ ପତ୍ର ଓ ଆଦର୍ଶ ବସତି ବିଶ୍ୱର ସର୍ବ ବୃହତ ଯୋଜନା ଉପରେ ଆଲୋଚନା ହୋଇଯାଇଛି।ଏଥିରେ ଜାଗା ମିଶନର ଉପଦେଷ୍ଟା ଶାସ୍ବତୀ ମିଶ୍ର ଯୋଗ ଦେଇ ବସ୍ତିରେ ବାସ କରୁଥିବା ଲୋକଙ୍କ  ଭଲମନ୍ଦ ପଚାରି ବୁଝିବା ସହ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।ଏଠାରୁ ଯାଇ ଉପଦେଷ୍ଟା ଶ୍ରୀମତୀ ମିଶ୍ର ଏସମ୍ପର୍କରେ ମୁଖ୍ୟମନ୍ତ୍ରୀ ଙ୍କର ଦୃଷ୍ଟି ଆକର୍ଷଣ କରିବା ପରେ ସମସ୍ୟାର ସମାଧାନ କରାଯିବ ବୋଲି ଜଣାପଡ଼ିଛି।ସେହିପରି ଭଞ୍ଜନଗର ଏନଏସିର ବିଭିନ୍ନ ୱାର୍ଡରେ ଥିବା ୮ଟି ବସ୍ତିର ରୂପାନ୍ତରଣ କରି ଉନ୍ନତ ରାସ୍ତାଘାଟ, ପାନୀୟ ଜଳ, ଆଲୋକ ବ୍ୟବସ୍ଥା,ଶୌଚାଳୟ, ଓଏସଡ଼ି,ପିଲାଙ୍କ ଖେଳ ପଡ଼ିଆ,ମିଶନ ଶକ୍ତି ଗୃହ ଭଳି ୯ଟି ଉପାଦାନକୁ ନେଇ ବିଜୁ ଆଦର୍ଶ କଲୋନୀ ଗଠିତ ହୋଇଛି।ଏହା ଉପରେ ମଧ୍ୟ ଉପଦେଷ୍ଟା ଆଲୋକପାତ କରିବେ ବୋଲି ଜଣାପଡ଼ିଛି।ଏହି କାର୍ଯ୍ୟକ୍ରମରେ ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଉପାଧ୍ୟକ୍ଷା ଶୁଭଶ୍ରୀ ଦାସ,ଇଓ ଆଶୁତୋଷ ଗୌରବ କର, ଏନଏସି ସଭାପତି ରାଜେନ୍ଦ୍ର ବିଷୋୟୀ, ସାଂସଦ ପ୍ରତିନିଧି ପଞ୍ଚାନନ ପାଳ, ପୂର୍ବତନ ଅଧ୍ୟକ୍ଷ ସୁଧୀର ରଞ୍ଜନ ବେହେରାଙ୍କ ସମେତ ସମସ୍ତ କାଉନସିଲର, ଏନଏସି କର୍ମଚାରୀ ଓ ୩ଶହରୁ ଉର୍ଦ୍ଧ୍ବ ବସ୍ତି ବାସିନ୍ଦା ଉପସ୍ଥିତ ଥିଲେ।

ରିପୋର୍ଟ୍ -ଜୟକୃଷ୍ଣ ପଟ୍ଟନାୟକ

Leave A Reply

Your email address will not be published.