ଭଞ୍ଜନଗର ଉପକାରାଗାର କର୍ମଚାରୀଙ୍କ ଆମରଣ ଅନଶନ ।

0 71

ଭଞ୍ଜନଗର, ୨୫/୯(ପିପିଟି): ୫ଦଫା ଦାବିକୁ ନେଇ ନିଖିଳ ଓଡିଶା କାରା କର୍ମଚାରୀ ମହାସଂଘ ଡ଼ାକରାରେ ଭଞ୍ଜନଗର ଉପ କାରାଗାରରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ମାନେ ଆଜିଠାରୁ ଆମରଣ ଅନଶନ ଆରମ୍ଭ କରିଛନ୍ତି।ଗତ ୧୩ତାରିଖରୁ କାରାରକ୍ଷୀମାନେ କଳା ବ୍ୟାଜ ପରିଧାନ କରି ଆସୁଥିଲେ ହେଲେ ଏଥିପ୍ରତି ସରକାର କର୍ଣ୍ଣପାତ ନକରିବାରୁ ସେମାନେ ବାଧ୍ୟ ହୋଇ ୨୫ତାରିଖ ସକାଳ ୬ଟା ଠାରୁ ଦାବି ପୂରଣ ପର୍ଯ୍ୟନ୍ତ ଆମରଣ ଅନଶନ ସହ ଶୃଙ୍ଖଳିତ ଭାବେ ନିଜ ଦାୟିତ୍ଵ ସମ୍ପାଦନ କରିବା ପାଇଁ ସ୍ଥିର କରିଛନ୍ତି। ସେମାନଙ୍କ ଦାବି ମଧ୍ୟରେ କାରାରକ୍ଷୀ ମାନଙ୍କ ଗ୍ରେଡ଼ ପେ ୧୯୦୦ ରୁ ୨୦୦୦ଟଙ୍କା ବୃଦ୍ଧି କରିବା ଓ ମୁଖ୍ୟ କାରାରକ୍ଷୀ ମାନଙ୍କ ଗ୍ରେଡ଼ ପେ ୨୦୦୦ରୁ ୨୪୦୦ଟଙ୍କାକୁ ବୃଦ୍ଧି, କାରାରକ୍ଷୀଙ୍କ ପୁରୁଣା ପଦୋନ୍ନତି ନିୟମ ୨୦୧୨କୁ ଲାଗୁ କରିବା,ଉପଖଣ୍ଡ ସ୍ତରକୁ ବଦଳି ନିୟମ କୋହଳ କରିବା, ଖାଦ୍ୟ ଭତ୍ତା ୪୦୦ରୁ ୧୪୦୦ଟଙ୍କାକୁ ବୃଦ୍ଧି, ୧୩ ମାସିଆ ଦରମା ବୃଦ୍ଧି।ଦୀର୍ଘଦିନ ହେଲା ଏସମସ୍ତ ଦାବି ପୁରଣ କରିବାରେ ସରକାର ଟାଳଟୁଳ ନୀତି ଅବଲମ୍ବନ କରିଥିବାରୁ ବାଧ୍ୟହୋଇ ସେମାନେ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ କଳା ବ୍ୟାଜ ପରିଧାନ କରି ଦାୟିତ୍ବ ସମ୍ପାଦନ କରିବାକୁ ନିଷ୍ପତ୍ତି ନେଇଛନ୍ତି।ଏହି ଅନଶନ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ଏଥ‌ିପାଇଁ ପ୍ରଶାସନ ତଥା ସରକାର ଦାୟୀ ରହିବେ ବୋଲି କହିଛନ୍ତି।ଏଥିରେ ସଭାପତି କିଶୋର ଚନ୍ଦ୍ର ସାହୁ, ଉପସଭାପତି ଶଶୀକାନ୍ତ ପ୍ରଧାନ,କାରାରକ୍ଷୀ ରମେଶ ଚନ୍ଦ୍ର ସେଠୀ, ସୁବାଷ ଚନ୍ଦ୍ର ମଲିକ,ପ୍ରସନ୍ନ କୁମାର ସ୍ୱାଇଁ, କୁନା କର, ନୀଳ ମାଧବ ନାୟକ,ରଶ୍ମିରଞ୍ଜନ ବେହେରା, ରାଜେଶ କୁମାର ପାତ୍ର, ଶ୍ରଦ୍ଧାଞ୍ଜଳି ନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ରିପୋର୍ଟ-ଜେ କେ ପଟ୍ଟନାୟକ

Leave A Reply

Your email address will not be published.