ଭଞ୍ଜନଗର ଅଗ୍ନିଶମ ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ।

0 231

ଭଞ୍ଜନଗର, ୨୮/୦୧. ଅନେକ ସମୟରେ ଅଗ୍ନିକାଣ୍ଡରେ  ଅନେକ ଧନ ଜୀବନ ନଷ୍ଟ ହେବାରେ ଲାଗିଛି।ଏହାକୁ ଦୃଷ୍ଟିରେ ରଖି ଆଜି ଭଞ୍ଜନଗର ନିକଟ କଣ୍ଟେଇପଲ୍ଲି ଏଲ ଆଣ୍ଡ ଟି କଂଷ୍ଟ୍ରକ୍ସନ ଲିମିଟେଡ଼ ଠାରେ ଅଗ୍ନିଶମ ବିଭାଗର ଏକ ଟିମ୍ ପହଞ୍ଚି ଅଗ୍ନି ନିରାପତ୍ତା, ଏଲପିଜି ରନ୍ଧନ ଗ୍ୟାସ ନିଆଁ,ବିଦ୍ୟୁତ ନିଆଁ ଓ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଜନିତ ଆହତଙ୍କୁ ଉଦ୍ଧାର କରିବା କୌଶଳ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ । ଏଥିରେ ପ୍ରାୟ ୧୩୦ରୁ ଉର୍ଦ୍ଧ୍ବ ସିକ୍ୟୁରୀଟି, ଶ୍ରମିକ ଓ ଅନ୍ୟ କର୍ମଚାରୀ ମାନେଭଞ୍ଜନଗର ଅଗ୍ନିଶମ ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଉପସ୍ଥିତ ଥିଲେ ।
ଏଲ ଆଣ୍ଡ ଟି ର ଇଣ୍ଡଷ୍ଟ୍ରିଆଲ ରିଲେସନ ଅଫିସର ରଞ୍ଜିତ କୁମାର ପଣ୍ଡା ଏବଂ ଅନ୍ୟ କର୍ମଚାରୀ ସମେତ ଭଞ୍ଜନଗର ଅଗ୍ନିଶମ ସେବା କେନ୍ଦ୍ରର ସହକାରୀ କେନ୍ଦ୍ର ଅଧିକାରୀ ଚକ୍ରଧର କହଁର, ହାବିଲଦାର ସନାତନ ମହାପାତ୍ର ଓ କର୍ମଚାରୀ ମାନେ ଯୋଗ ଦେଇଥିଲେ ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.