ଭଞ୍ଜନଗର, ୧୭/୦୯(ପିପିପି): ବୁଧବାର ଥିଲା ଦେବ ଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା।ତେଣୁ ଭଞ୍ଜନଗର ସହର ଓ ଏହାର ଆଖପାଖ ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି।ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡ଼ିକରେ ପ୍ରଭୁ ବିଶ୍ୱକର୍ମାଙ୍କ ସୁନ୍ଦର ମୃଣ୍ମୟୀ ମୂର୍ତ୍ତି ସାଙ୍ଗକୁ ଆକର୍ଷଣୀୟ ସାଜସଜ୍ଜା, ରଙ୍ଗ ବେରଙ୍ଗର ଅଲୋକମାଳା ଏବଂ ସୁଉଚ୍ଚ ତୋରଣ ସମସ୍ତଙ୍କ ମନ ମୋହୁଛି।ସେହିପରି ଭଞ୍ଜନଗର ବିଦ୍ୟୁତ ବିଭାଗ ପକ୍ଷରୁ ମଧ୍ୟ ଆନନ୍ଦ ଉଲ୍ଲାସର ସହିତ ପୂଜାର୍ଚ୍ଚନା କରାଯାଇଛି।ଏହି ଅବସରରେ ବିଦ୍ୟୁତ ବିଭାଗର କର୍ମଚାରୀଙ୍କୁ ନେଇ ସଚେତନତା ଭିତ୍ତିକ ନାଟକ ପରିବେଷଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।ଆସନ୍ତା ୧୯ତାରିଖରେ ଭଷାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ, ପାନୀୟ ଜଳଯୋଗାଣ ବିଭାଗ,ଫରେଷ୍ଟ କର୍ପୋରେସନ, ବ୍ଲକ ଅଫିସ, ପାଳ କାର ଡେକୋର ଭଳି କେତେକ ବ୍ୟବସାୟିକ ପ୍ରତିଷ୍ଠାନ ବାଉଁଶ ଲୁଣ୍ଡି, ବେଲଗୁଣ୍ଠା ରୋଡ଼,ତୁଳସି ପଲିରେ ମଧ୍ୟ ଧୁମଧାମରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହେଉଛି।ବିଶେଷ କରି ଆଜି ପାଗ ଅନୁକୂଳ ଥିବାରୁ ବିଭିନ୍ନ ପୂଜା ମଣ୍ଡପରେ ବହୁ ଲୋକଙ୍କ ସମାଗମ ଦେଖିବାକୁ ମିଳିଛି।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)