ଭଞ୍ଜନଗରରେ ସ୍ପୋର୍ଟ୍ସ ସମର୍ କ୍ୟାମ୍ପ ଉଦଯାପିତ ।

0 236

ଭଞ୍ଜନଗର, ୦୨/୦୬(ପିପିଟି) :କ୍ରୀଡା ଏବଂ ଯୁବ ସେବା ବିଭାଗ, ଓଡିଶା ଦ୍ୱାରା ଆୟୋଜିତ ସ୍ପୋର୍ଟସ ସମର କ୍ୟାମ୍ପ-୨୦୨୪ ଉଦଯାପିତ ହୋଇଯାଇଛି।ଏହା ଭଞ୍ଜନଗର ଇଣ୍ଡୋର ଷ୍ଟାଡିଅମ ଠାରେ ଗତ ମେ ୧ରୁ ୩୧ତାରିଖ ପର୍ଯ୍ୟନ୍ତ ବ୍ୟାଡମିଣ୍ଟନ୍ ସଂଗଠିତ ଗ୍ରୀଷ୍ମ ଶିବିର ଅନୁଷ୍ଠିତ ହୋଇଥିଲା।
ଏଥିରେ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳର ୬ରୁ ୧୬ବର୍ଷ ପର୍ଯ୍ୟନ୍ତ କ୍ରୀଡ଼ାବିତ ମାନଙ୍କୁ ସକାଳେ ଓ ସନ୍ଧ୍ୟାରେ ବ୍ୟାଡମିଣ୍ଟନ ଖେଳ ଉପରେ ତାଲିମ ପ୍ରଦାନ କରାଯାଇଛି।ଆଜି ସନ୍ଧ୍ୟାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ତ୍ତ ବିଭାଗ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଅମୀୟ କୁମାର ମିଶ୍ର, ସମ୍ମାନିତ ଅତିଥି ଭାବେ ସହକାରୀ ଯନ୍ତ୍ରୀ ଗୋପାଳ ଚନ୍ଦ୍ର ବେହେରା,ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକ, ସାମ୍ବାଦିକ ବିଶ୍ବମ୍ବର ଜେନା, ନିଲୁ ବିଷୋୟୀ, କୋଚ୍ ବିଶ୍ୱ ମୋହନ ଆଚାରି, ରାଜ୍ୟ ସ୍ତରୀୟ କ୍ରୀଡ଼ାବିତ ମୁରଲୀ ଧର ପତି ଓ ଗୁପ୍ତେଶ୍ଵର ପାତ୍ର ଯୋଗ ଦେଇଥିଲେ। କ୍ରୀଡ଼ାବିତ ମାନଙ୍କୁ ଉତ୍ତମ କ୍ରୀଡା ପ୍ରଦର୍ଶନ ନିମନ୍ତେ ବିଭିନ୍ନ କୌଶଳ ଓ ସଫଳତା ହାସଲ ପାଇଁ ଅତିଥିମାନେ ଦିଗ ଦର୍ଶନ ଦେଇଥିଲେ।ସମସ୍ତ କ୍ରୀଡ଼ାବିତଙ୍କୁ କ୍ରୀଡା ଓ ଯୁବ ସେବା ବିଭାଗ ପକ୍ଷରୁ ପ୍ରମାଣପତ୍ର ଦେଇ ଉତ୍ସାହିତ କରାଯାଇଛି।ସମାଜସେବୀ ଅରକ୍ଷିତ ପରିଛା କାର୍ଯ୍ୟକ୍ରମ ରେ ସଂଯୋଜନା କରିଥିଲେ।

(ରିପୋର୍ଟ-  ଜେ. କେ ପଟ୍ଟନାୟକ)

Leave A Reply

Your email address will not be published.