ଭଞ୍ଜନଗରରେ ଯୁଗ୍ମ ଅଭିଯୋଗ ଶୁଣାଣି।

0 231

ଭଞ୍ଜନଗର, ୦୪/୧୧(ପିପିଟି):ଭଞ୍ଜନଗର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟି ଅଭିଯୋଗ ଶୁଣାଣୀ ଶିବିରରେ ଯୋଗଦେଇ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ।ଏଥିରେ ମୋଟ ୧୬୯ ଆବେଦନ ପତ୍ର ଦାଖଲ ହୋଇଥିଲା। ସେଥିରୁ ୧୬୬ଟି ବ୍ୟକ୍ତିଗତ ଅଭିଯୋଗ ଥିବା ବେଳେ ୩ଟି ସାମୂହିକ ଅଭିଯୋଗ ରହିଥିଲା। ୯ଟି ଅଭିଯୋଗର ସମାଧାନ ତତକ୍ଷଣାତ୍ ହୋଇଥିଲା। ରେଡକ୍ରସ ପାଣ୍ଠିରୁ ୩ ଜଣଙ୍କୁ ସହାୟତା ରାଶି ବାବଦରେ ୫୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଜନଶୁଣାଣିରେ ମୁଖ୍ୟତଃ ମଧୁବାବୁ ପେନସନ, ପିଏମ ଆବାସ ଓ ଅନ୍ତୋର୍ଦୟ ଗୃହ ଯୋଜନା,ରାସନ କାର୍ଡ, ଜମିଜମା ସଂପର୍କିତ ସମେତ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଦରଖାସ୍ତ ହସ୍ତଗତ ହୋଇଥିଲା।ଶିବିରରେ ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟି ଙ୍କ ସମେତ ଉପଜିଲ୍ଲାପାଳ ଉମା ଶଙ୍କର ବେହେରା,ଅତିରିକ୍ତ ଆରକ୍ଷୀ ଅଧିକାରୀ ରଞ୍ଜନ କୁମାର ଦେ,ସହାୟକ ଜିଲ୍ଲାପାଳ ରାମଚନ୍ଦ୍ର ମହାପାତ୍ର,ଫକିର ଜିବନଜ୍ୟତି ନାୟକ, ଅତିରିକ୍ତ ଉପଜିଲ୍ଲାପାଳ ପ୍ରଧାନ ଟୁଲିଆମା,ଭଞ୍ଜନଗର ମେଡିକାଲ ଅଧିକ୍ଷକ ଡ଼.ସିତାଶୁଂ ଶେଖର ଶତପଥି,ଭଞ୍ଜନଗର ବିଡିଓ ଭାରତୀ ଦେବି, ତହସିଲଦାର ଅଭିପ୍ସା ପଟ୍ଟନାୟକ, ଭଞ୍ଜନଗର ଏନଏସି ଅଧ୍ୟକ୍ଷ ମୁରଲି କୃଷ୍ଣ ପଣ୍ଡା ଓ ଅନ୍ୟ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର କର୍ମଚାରୀ ଙ୍କ ସମେତ ବ୍ଲକ କର୍ମଚାରୀ ଉପସ୍ଥିତ ରହି ଜନଶୁଣାଣୀ ପରିଚାଳନାରେ ସହଯୋଗ କରିଥିଲେ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.