ଭଞ୍ଜନଗରରେ ବିଶ୍ୱ ପଖାଳ ଦିବସ ପାଳନ ।

0 98

ଭଞ୍ଜନଗର, ୨୦/୦୩(ପିପିଟି ):ପି.ଏମ.ଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟ, ବାହାଡାପଦର ଠାରେ ସାହିତ୍ୟଘର ତରଫରୁ ବିଶ୍ୱ ପଖାଳ ଦିବସ ସଭାପତି କୃତ୍ତିବାସ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ପାଳନ କରାଯାଇଛି । ଏଥିରେ ଉପସଭାପତି ଅନୁପମ ବାନାର୍ଜୀ, ଉପଦେଷ୍ଟା ମନୁନନ୍ଦ ପତି, ସୁରେଶ ଚନ୍ଦ୍ର ସ୍ୱାଇଁ, ଜଗବନ୍ଧୁ ଜେନା, ଶୁଳାପାଣି ଶତପଥୀ, ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ସଚ୍ଚିଦାନନ୍ଦ ପ୍ରଧାନ, ରୋଟାରୀ କ୍ଳବ ସଭାପତି ରଂଜିତ କୁମାର ବାରିକ, ଇନେର ହୁଇଲ କ୍ଳବ ସଭାପତି ସୁନିତା ବାରିକ, ସ୍ୱରଣିକା ପାଢ଼ୀ,ସମ୍ପାଦକ ସନ୍ତୋଷ ଜେନା ମଂଚାସୀନ ହୋଇ ପଖାଳ ଦିବସ ଓ ଘର ଚଟିଆ ଦିବସ ଉପରେ ବିଭିନ୍ନ ପ୍ରକାର ବୈଜ୍ଞାନିକ ସହ ସାମାଜିକ କାରଣ ଉପରେ କହିଥିଲେ । ସାହିତ୍ୟଘର ର କାର୍ଯ୍ୟକ୍ରମରେ ଦୁଇ ଅନୁଷ୍ଠାନ ରୋଟାରୀ କ୍ଳବ ଓ ଇନର ହୁଇଲ କ୍ଳବ ସହଯୋଗ ଦେଇ ସମସ୍ତ କାର୍ଯ୍ୟକ୍ରମକୁ ସଫଳ କରାଉଥିବା ଯୋଗୁଁ ଦୁଇ ସଭାପତି ରଂଜିତ କୁମାର ବାରିକ ଓ ସୁନିତା ବାରିକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟର ଛାତ୍ରୀ ବୈଷ୍ଟବୀ ପ୍ରଧାନ ପ୍ରାରମ୍ଭିକ ସଂଗୀତ ଗାନ କରିଥିବାବେଳେ ସମ୍ପାଦକ ସନ୍ତୋଷ ଜେନା ସ୍ୱାଗତ ଭାଷଣ ଦେଇଥିଲେ । ଶେଷରେ ସମ୍ବାଦ ଜିଲ୍ଳା ପ୍ରତିନିଧି ବିଶ୍ୱମ୍ବର ଜେନା ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ସହଯୋଗ ସହ ପରିଚାଳନା କରିଥିଲେ । ଶେଷରେ ସମୂହ ଭାବେ ପଖାଳ ସେବନ କରାଯାଇଥିଲା ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.