ଭଞ୍ଜନଗର, ୧୪/୧୧(ପିପିଟି):ନୂଆପଡ଼ା ଉପନିର୍ବାଚନରେ ବାପାଙ୍କୁ ପଛରେ ପକାଇଲା ପୁଅ। ସବୁ ରେକର୍ଡ ଭାଙ୍ଗି ବିଜୟ ହୋଇଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ଲଗାତାର ଭାବରେ ସବୁ ରାଉଣ୍ଡରେ ପ୍ରଥମ ସ୍ଥାନରେ ରହି ବିଜୟ ହାସଲ କରିଛନ୍ତି ଜୟ ଢୋଲକିଆ । ବୃହତ ବ୍ୟବଧାନରେ ଏକତରଫା ଭାବେ ଭୋଟ୍ ପୋଛି ନେଇଛନ୍ତି ଭାରତୀୟ ଜନତା ପାର୍ଟୀର ପ୍ରାର୍ଥୀ ଜୟ ଢୋଲକିଆ। ୮୩ ହଜାର ୭୪୮ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ଢୋଲକିଆ। ଏହାପରେ ଶୁକ୍ରବାର ଅପରାହ୍ନ ରେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ନେତୃତ୍ୱ ରେ ଦଳ ଭଞ୍ଜନଗର ରେ ବିଜୟ ଉତ୍ସବ ପାଳିଛି ବିଜେପି।ନୁଆପଡା ବିଜୟର ସବୁ ଶ୍ରେୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦଳୀୟ କାର୍ଯ୍ୟ କର୍ତା ଙ୍କୁ ବିଧାୟକ ଶ୍ରୀ ନାୟକ ଦେଇଛନ୍ତି। ଆମ ସରକାର ର ଜନହିତକର ଯୋଜନାରେ ଅନୁପ୍ରାଣିତ ହୋଇ ନୂଆପଡା ଭୋଟର ବିଜେପି କୁ ଅଧିକ ଭୋଟ ଦେଇଛନ୍ତି ବୋଲି ବିଧାୟକ ଶ୍ରୀ ନାୟକ କହିଛନ୍ତି।
ସୂଚନା ଯୋଗ୍ୟ; ରାଜେନ୍ଦ୍ର ଢୋଲକିଆ ଙ୍କ ଦେହାନ୍ତ ପରେ ନୂଆପଡା ରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଉପନିର୍ବାଚନ ରେ ଦଳୀୟ ପ୍ରଚାର ପାଇଁ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ ନେତୃତ୍ୱ ରେ ଘୁମୁସର ଜିଲ୍ଲା ସଭାପତି ନିଳମାଧବ ପାତ୍ର ଉପସ୍ଥିତ ଥିଲେ।
(ଜେ.କେ ପଟ୍ଟନାୟକ)