ଭଞ୍ଜନଗର, ୦୫/୦୨(ପିପିଟି):ଆଜି ରାଜ୍ୟ ସରକାର ‘ବିକଶିତ ଗାଁ,ବିକଶିତ ଓଡ଼ିଶା’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଭଞ୍ଜନଗର ବ୍ଳକ ପରିସରରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗ ଦେଇଥିବା ବେଳେ ବ୍ଳକ ଅଧ୍ୟକ୍ଷ ନରୀସଭା ନାୟକ,ବିଡ଼ିଓ ପୂର୍ଣ୍ଣଚନ୍ଦ୍ର ପାଢୀ,ସିଡିପିଓ ମିଲିମା ପଣ୍ଡା,ସାଂସଦ ପ୍ରତିନିଧି ସନ୍ତୋଷ ତିଆଡି,ଏସଡ଼ିଆଇପିଆରଓ ଗୌରୀ ଶଙ୍କର ଶତପଥୀ,ବିଭିନ୍ନ ପଞ୍ଚାୟତର ସରପଞ୍ଚ ସମିତିସଭ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ। ଗ୍ରାମାଞ୍ଚଳ ଗୁଡ଼ିକରେ ଉନ୍ନତ ରାସ୍ତାଘାଟ ଠାରୁ ଆରମ୍ଭ କରି ଶିକ୍ଷା, କ୍ରୀଡା ଭିତ୍ତିଭୂମିର ସଂପ୍ରସାରଣ,କ୍ଷୁଦ୍ର ପର୍ଯ୍ୟଟନ ସ୍ଥଳର ଉନ୍ନତି,ବହୁମୁଖୀ ପ୍ରକଳ୍ପ କାର୍ଯ୍ୟକାରୀ ଏହି ଯୋଜନା ଦ୍ବାରା କରାଯାଇ ପାରିବ। ତେଣୁ ସରକାର କରୁଥିବା ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ବିଧାୟକ ଶ୍ରୀ ନାୟକ ଆହ୍ବାନ ଦେଇଥିଲେ। ଏହି ଅବସରରେ ସେ ଗତମାସରେ ଦୋମୁହାଁଣି ପଞ୍ଚାୟତର ଦୁର୍ଗମ ଅଞ୍ଚଳରେ ଥିବା ଗଅପଦର ଗ୍ରାମକୁ ବହୁ କଷ୍ଟରେ ଗସ୍ତ କରିଥିବା ଅଭିଜ୍ଞତା ସଂର୍ପକରେ ପ୍ରକାଶ କରିଥିଲେ। ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଉକ୍ତ ଅଞ୍ଚଳରେ ବିକାଶ ଛୁଇଁ ପାରି ନଥିବାରୁ ଅତିଶୀଘ୍ର ସମସ୍ତ ମୌଳିକ ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି ସେ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।
ରିପୋର୍ଟ- ଜେ କେ ପଟ୍ଟନାୟକ