ଭଞ୍ଜନଗରରେ ଦକ୍ଷିଣାଞ୍ଚଳ ଆରଡିସିଙ୍କ ସମୀକ୍ଷା ।

0 301

ଭଞ୍ଜନଗର,୨୮/୦୫(ପିପିଟି):ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ(ଆରଡିସି) ରୁପା ରୋଶନ ସାହୁ ବୁଧବାର ଦିନିକିଆ ଭଞ୍ଜନଗର ଗସ୍ତରେ ଆସି ରାଜସ୍ବ ଓ ପଞ୍ଚାୟତିରାଜ ବିଭାଗ ସମେତ ଅନ୍ୟ ବିଭାଗର ସମିକ୍ଷା କରିଛନ୍ତି। ଶ୍ରୀମତୀ ସାହୁ ପ୍ରଥମେ ଭଞ୍ଜନଗର ତହସିଲକୁ ଯାଇ ବିଭାଗୀୟ ସମୀକ୍ଷା କରିଥିଲେ। ବିଶେଷକରି ସରକାରଙ୍କ ଦ୍ଵିତୀୟ ଖାନ ସଂଶୋଧନ,ବସୁନ୍ଧରା ଯୋଜନା,ନୂତନ ରାଜସ୍ଵ ଗ୍ରାମ ଗଠନ,ବିଦ୍ୟାଳୟ ଓ ମହାବିଦ୍ୟାଳୟର ଜମି ପଟ୍ଟା ବାବଦରେ ଶ୍ରୀମତୀ ସାହୁ ସମୀକ୍ଷା କରିଥିଲେ।ପରେ ବ୍ଲକ କାର୍ଯ୍ୟାଳୟରେ ପଞ୍ଚାୟତିରାଜ ବିଭାଗର ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟର ଅଗ୍ରଗତି ଓ ସରକାରୀ ଯୋଜନା ବାବଦରେ ଶ୍ରୀମତୀ ସାହୁ ସମୀକ୍ଷା କରିଥିଲେ।ବିଶେଷକରି ପାନୀୟ ଜଳ,ରାଜ୍ୟ ଓ କେନ୍ଦ୍ରୀୟ ଅନୁଦାନ, ଅଙ୍ଗନଓ୍ବାଡି କେନ୍ଦ୍ର, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମଜିଏନଆରଜିଏ), ବିକଶିତ ଗାଁ ବିକଶିତ ଓଡିଶା ଓ ମିଶନ ଶକ୍ତି ବାବଦରେ ସମୀକ୍ଷା କରିଥିଲେ। ଏହି ସମୟରେ ସେ ତହସିଲ ଏବଂ ବ୍ଲକ କାର୍ଯ୍ୟାଳୟକୁ ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗ ପାଇବାକୁ ଆସୁଥିବା ଲୋକଙ୍କୁ ଆଇନ ଅନୁଯାୟୀ ତ୍ୱରିତ ସେବା ଯୋଗାଇ ଦେବାପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ଏହି ସମୟରେ ଭଞ୍ଜନଗର ଉପଜିଲ୍ଲାପାଳ ଉମା ଶଙ୍କର ବେହେରା, ଭଞ୍ଜନଗର ବ୍ଲକ ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୁର୍ଣ୍ଣଚନ୍ଦ୍ର ପାଢୀ, ଭାରପ୍ରାପ୍ତ ତହସିଲଦାର ଅବିନାଶ ମାହାର ପ୍ରମୁଖ ଉପସ୍ଥିତ ଥିଲେ।

ରିପୋର୍ଟ- ଜେ କେ ପଟ୍ଟନାୟକ

Leave A Reply

Your email address will not be published.