ଭଞ୍ଜନଗରରେ ଚାଲିଛି ରଜ କୁଇନ୍-୨୦୨୫ ଅଡିସନ୍ ।

0 269

ଭଞ୍ଜନଗର, ୧୫/୦୬(ପିପିଟି):ଭଞ୍ଜନଗର ଜେଲ ପଡ଼ିଆରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ରଜ ମହୋତ୍ସବ-୨୦୨୫ ଆୟୋଜନ କରାଯାଇଛି।ଏଥିସହ ରାଜ୍ୟ ତଥା ରାଜ୍ୟ ବାହାରୁ କୁଶଳୀ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀର ଷ୍ଟଲ ଖୋଲିଛି।ଏହା ଗତ ୧୩ତାରିଖରୁ ଅରମ୍ଭ ହୋଇ ଆସନ୍ତା ୨୩ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ରଜ କୁଇନ-୨୦୨୫ ବ୍ୟତୀତ ନୃତ୍ୟ, ସଙ୍ଗୀତ, ମେହେନ୍ଦୀ, ଚିତ୍ରାଙ୍କନ ଓ ରଙ୍ଗୋଲି ଭଳି ପ୍ରତିଯୋଗିତା ରହିଛି।ଶନିବାର ପ୍ରଥମ ରଜରେ ରଜ କୁଇନ ନିମନ୍ତେ ସବ୍ ଜୁନିଅର ବାଳିକା ମାନଙ୍କର ଅଡିସନ୍ ହୋଇଥିଲା।ଏଥିରେ ସମ୍ମାନିତ ଅତିଥି ରୂପେ ମେଡ଼ିକାଲ ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହୀ,ଓମ ଶାନ୍ତି ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଭଞ୍ଜନଗର ଶାଖାର ମୁଖ୍ୟ ସନ୍ତୋଷିନୀ ଦେବୀ, ଜଜ୍ ଭାବେ ଗୁରୁ ଚନ୍ଦ୍ର ଶେଖର ଆଚାର୍ଯ୍ୟ ରହିଥିବା ବେଳେ ଉପସ୍ଥାପକ ଭାବେ ଜୟକୃଷ୍ଣ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ।ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳର ବହୁ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ।ଆସନ୍ତା ୧୬ତାରିଖ ଶେଷ ରଜ ସନ୍ଧ୍ୟାରେ ଫାଇନାଲ୍ ରାଉଣ୍ଡ ଅନୁଷ୍ଠିତ ହେବ।୧୭ ଠାରୁ ୨୩ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି।ଏଥିରେ ବବି ରଥ,ପ୍ରଦେଶ ସ୍ୱାଇଁ, ମିଥୁନ ବିଷୋୟୀ, ଅନୁଭବ ମହାନ୍ତି ଓ ଅନ୍ୟମାନେ ସହଯୋଗ କରିଥିଲେ।ଭଞ୍ଜନଗରରେ ଏଭଳି ନିଆରା କାର୍ଯ୍ୟକ୍ରମ ପ୍ରଥମ ଥର ଆୟୋଜନ ହୋଇଥିବାରୁ ପ୍ରତିଦିନ ମେଳାରେ ବହୁଲୋକଙ୍କ ଭିଡ଼ ପରିଲକ୍ଷିତ ହେଉଛି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.