ଭଞ୍ଜନଗରରେ ଆରମ୍ଭ ହେଲା ଗଜଲଷ୍ମୀ ପୂଜା ।

0 257

ଭଞ୍ଜନଗର, ୧୬/୧୦(ପିପିଟି) : ମାଆ ଦୁର୍ଗାଙ୍କୁ ବିଦାୟ ଦେବା ପରେ ଆଜି ଠାରୁ ଭଞ୍ଜନଗର ସହର ସମେତ ଆଖପାଖ ଅଞ୍ଚଳରେ ଧନଦାତ୍ରୀ ମା’ ଗଜଲଷ୍ମୀଙ୍କ ପୂଜା ମହାସମାରୋହରେ ଅନୁଷ୍ଠିତ ହେଉଛି। ମା’ ଙ୍କର ଆକର୍ଷଣୀୟ ମୃଣ୍ମୟୀ ମୂର୍ତ୍ତି ସାଙ୍ଗକୁ ସୁନ୍ଦର ସାଜସଜ୍ଜା ଓ ରଙ୍ଗ ବେରଙ୍ଗ ଅଲୋକମାଳାରେ ପୂଜା ମଣ୍ଡପ ଗୁଡ଼ିକ ଝଲସୁଛି।ଆଜି ସକାଳେ କଳସ ଯାତ୍ରା,ମହାଦୀପ ସ୍ଥାପନ, କଳସ ପୂଜା,ମଣ୍ଡଳ ସଂସ୍କାର ଆଦି ଶେଷ ହୋଇଥିବା ବେଳେ ସନ୍ଧ୍ୟା ଆଳତୀ ସମୟରେ ବିଭିନ୍ନ ପୂଜା ମଣ୍ଡପରେ ବହୁ ଶ୍ରଦ୍ଧାଳୁ ଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।କିଛି ବର୍ଷ ବ୍ୟବଧାନ ପରେ ଚଳିତ ବର୍ଷ ପୁଣିଥରେ ଭଞ୍ଜନଗର ବସ ଷ୍ଟାଣ୍ଡ ଠାରେ ଘରୋଇ ବସ ମାଲିକ ସଂଘ ଓ ବ୍ୟବସାୟୀ ସଂଘ ପକ୍ଷରୁ ଏହି ପୂଜା ଅନୁଷ୍ଠିତ ହେଉଥିବା ବେଳେ ନିୟନ୍ତ୍ରିତ ବଜାର କମିଟି, ବାଉଁଶ ଲୁଣ୍ଡି, ଖାଲା ସାହି, ପାତ୍ର କଲୋନୀ, ତୁଳସୀ ପଲି ଠାରେ ମଧ୍ୟ ଆନନ୍ଦ ଉଲ୍ଲାସର ସହିତ ମା’ ଗଜଲଷ୍ମୀ ପୂଜା ପାଉଛନ୍ତି।

ରିପୋର୍ଟ- (ଜେ. କେ ପଟ୍ଟନାୟକ)

Leave A Reply

Your email address will not be published.