ଭଞ୍ଜନଗରରେ ଆନ୍ତର୍ଜାତୀକ ଯୋଗ ଦିବସ ପାଳିତ ।

0 372

ଭଞ୍ଜନଗର,୨୧/୦୬(ପିପିଟି):ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭଞ୍ଜନଗର ବେଲେଶ୍ବର ଶୈବ ପୀଠରେ ଶନିବାର ଆନ୍ତର୍ଜାତୀକ ଯୋଗ ଦିବସ ପାଳନ କରାଯାଇଛି। ଭଞ୍ଜନଗର ପଞ୍ଚାୟତ ସମିତି ଓ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ଯୋଗ ଶିବିରରେ ମୁଖ୍ୟ ଅତିଥି ରୁପେ ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଯୋଗଦେଇଥିଲେ। ସମ୍ମାନିତ ଅତିଥି ରୁପେ ଏନ୍ଏସି ଉପାଧ୍ୟକ୍ଷା ଶୁଭଶ୍ରୀ ଦାସ ଯୋଗଦେଇଥିଲେ।ଉକ୍ତ ଯୋଗ ଶିବିରରେ ଶରୀର ପ୍ରତି ଯୋଗର ଉପକାରିତା ଓ ଦୈନନ୍ଦିନ ଜୀବନରେ ଯୋଗାଭ୍ୟାସ କରିବା ଉଚିତ ବୋଲି ଅତିଥି ଗଣ ବକ୍ତବ୍ୟ ରେ କହିଥିଲେ।ଯାହାଦ୍ୱାରା ମଣିଷ ସୁସ୍ଥ ରହିଲେ ସମାଜ ସୁସ୍ଥ ରହିବ । ଯୋଗ ଶିବିର ରେ ଉପଜିଲ୍ଲାପାଳ ଉମାଶଙ୍କର ବେହେରାଙ୍କ ସମେତ ଭଞ୍ଜନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ,ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ପୁର୍ଣ୍ଣଚନ୍ଦ୍ର ପାଢୀ, ଅତିରିକ୍ତ ତହସିଲଦାର ତଥା ଭାରପ୍ରାପ୍ତ କାର୍ଯ୍ୟନିର୍ବାହି ଅଧିକାରୀ ଅବିନାଶ ମହାର,ଉପଖଣ୍ଡ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥି, ଅବକାରୀ ଅଧିକାରୀ ଡମ୍ବୁରୁଧର ହରିଜନ,ନଗର ସାସଂଦ ପ୍ରତିନିଧି ସନ୍ତୋଷ କୁମାର ତିଆଡି,ସମସ୍ତ ସରକାରୀ ଅଧିକାରୀ,କର୍ମଚାରୀ ଗଣ, ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଓ ଜନସାଧାରଣ ଯୋଗାଭ୍ୟାସ କରିଥିଲେ।ଯୋଗ ପ୍ରଶିକ୍ଷକ ଯୋଗ ପ୍ରଶିକ୍ଷଣ ଦେଇଥିଲେ। ବ୍ଲକର କନିଷ୍ଠ ଯନ୍ତ୍ରୀ ପ୍ରଫୁଲ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

(ରିପୋର୍ଟ-ଜେ.କେ.ପଟ୍ଟନାୟକ)

Leave A Reply

Your email address will not be published.