ଭଞ୍ଜନଗରରୁ ଲୋକାର୍ପଣ ହେଲା ଜଗନ୍ନାଥ ଏକ୍ସପ୍ରେସ ।

0 334

ଭଞ୍ଜନଗର, ୧୮/୦୧(ପିପିଟି):ଗଞ୍ଜାମ ଜିଲ୍ଲାର ଭକ୍ତଙ୍କୁ ପୁରୀ ଠାରେ ଜଗନ୍ନାଥ ଦର୍ଶନ କରିବାର ଅପୂର୍ବ ସୁଯୋଗ ଦେଇଛନ୍ତି ରାଜ୍ୟ ସରକାର।ରାଜ୍ୟର କୋଣ ଅନୁକୋଣରୁ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ସରକାରଙ୍କ ଉଦ୍ୟମକୁ ଜିଲ୍ଲାବାସୀ ପ୍ରଶଂସା କରିଛନ୍ତି। ଗଞ୍ଜମ ଜିଲ୍ଲା ଭଞ୍ଜନଗର ବସଷ୍ଟାଣ୍ଡ ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଭଞ୍ଜନଗର ଠାରୁ ପୁରୀ ଭାୟା ଆସିକା ଦେଇ ଏକ ନୂତନ ଭଲଭୋ ବସ୍ ଲୋକାର୍ପଣ କରିଛନ୍ତି।ରାଜ୍ୟର ୧୨ ଟି ଜିଲ୍ଲା ରେ ଜିଲ୍ଲା ମୁଖ୍ୟାଳୟ ଠାରେ ଲକ୍ଷ୍ମୀ ଯୋଜନାରେ ଏହି ବସ୍ ସେବା ଆରମ୍ଭ ହେଉଥିବା ବେଳେ ଗଞ୍ଜାମ ଜିଲ୍ଲା ପାଇଁ ଏକ ମାତ୍ର ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ଭଞ୍ଜନଗର ଉପଖଣ୍ଡ ଠାରେ ଏହି ବସ୍ ସେବା ର ଶୁଭ ଲୋକାର୍ପଣ ହୋଇଯାଇଛି।୩କୋଟି ୨୦ଲକ୍ଷ ଟଙ୍କା ମୂଲ୍ୟର ଅତ୍ୟାଧୁନିକ ସମସ୍ତ ସୁବିଧା ଥିବା ୮ଚକିଆ ଏହି ବସରେ ଯାତ୍ରୀଙ୍କ ପାଇଁ ମୋଟ ୫୧ଟି ସିଟ ରହିଛି।ଗଞ୍ଜାମ ଜିଲ୍ଲାର ପ୍ରମୁଖ ସହରକୁ ସଂଯୋଗ କରୁଥିବା ଏହି ବସ କିଲୋମିଟର ପିଛା ୨ଟଙ୍କା ୪୪ପଇସା ଦେୟରେ ଯାତ୍ରୀ ମାନେ ଭଞ୍ଜନଗର ଠାରୁ ଭୋର ୫ଟା ୪୫ମିନିଟ ସମୟରେ ବାହାରି ଆସିକା, ହିଞ୍ଜିଳି,ବ୍ରହ୍ମପୁର ଓ ଛତ୍ରପୁର ଦେଇ ପୁରୀ କୁ ଯାଇପାରିବେ।ଆଜି ସନ୍ଧ୍ୟାରେ ଭଞ୍ଜନଗର ବସ ଷ୍ଟାଣ୍ଡରେ ସ୍ଥାନୀୟ ବିଧାୟକ ତଥା ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସାବୁଜ ପତାକା ଦେଖାଇ ଏହି ବସ ର ଶୁଭାରମ୍ଭ କରିଥିଲେ। ଭଞ୍ଜନଗର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଆରୁଖଙ୍କ ସମେତ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା,ଗଞ୍ଜାମ ଜିଲ୍ଲା ପରିବହନ ଅଧିକାରୀ ମାନସ ରଞ୍ଜନ ସାହୁ,ଓଏସଆରଟିସି ଜିଲ୍ଲା ପରିଚାଳକ ଅଶୋକ ସାହୁ, ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ,ଏନଏସି ଅଧ୍ୟକ୍ଷ ପ୍ରମୁଖ ମଞ୍ଚାସୀନ ଥିଲେ।ଶୂଳପାଣି ଶତପଥୀ ସଂଯୋଜନା କରିଥିଲେ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଗତକାଲି ଶ୍ରୀ ମନ୍ଦିର ପରିକ୍ରମା ଲୋକାର୍ପଣ ଉତ୍ସବ ସାରା ବିଶ୍ୱ ଦେଖିଥିବା ବେଳେ ଆଜି ପୁଣି ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ଲୋକାର୍ପଣ ଉତ୍ସବ ସମସ୍ତଙ୍କୁ ଚକିତ କରିଛି। ଓଡ଼ିଶା ବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଅହରହ ଗୋଟିଏ ପରେ ଗୋଟିଏ ଯୋଜନା କାର୍ଯ୍ୟକାରୀ କରି ଦେଶ ବିଦେଶରେ ଆଜି ସଫଳତାର ଶୀର୍ଷରେ ରହିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଆରୁଖ କହିଥିଲେ।ଏଥିରେ ସାଂସଦ ପ୍ରତିନିଧି ଦିବାକର ନାୟକ, ପଞ୍ଚାନନ ପାଳ,ବିପ୍ର ଚରଣ ବାରିକ, ଏନଏସି ଉପାଧ୍ୟକ୍ଷା ଶୁଭଶ୍ରୀ ଦାସ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ରିପୋର୍ଟ- (ଜେ. କେ ପଟ୍ଟନାୟକ)

Leave A Reply

Your email address will not be published.