ଭଙ୍ଗା ଘର ତଳେ କ୍ୟାନ୍ସର ରୋଗୀଙ୍କ କଟେ ଜୀବନ,ଆର୍ଥିକ ସାହାଯ୍ୟ ଅପେକ୍ଷାରେ।

0 297

ବୋଲଗଡ,୦୬/୦୪(ପିପିଟି):ବୋଲଗଡ ବ୍ଲକ ବାଂକୋଇ ଗ୍ରାମର ବ୍ରଜବନ୍ଧୁ ସୁବୁଦ୍ଧି, ପତ୍ନୀ ଅହଲ୍ୟା ସୁବୁଦ୍ଧି ଓ ଝିଅ ବିଳାସ ସୁବୁଦ୍ଧି ୩ ପ୍ରାଣୀ ଏବେ ଭଙ୍ଗା ଘରେ ଜରି ପାଲ ପକେଇ ରହୁଛନ୍ତି। ବହୁ ଦିନ ଧରି ଘର ଭାଙ୍ଗି ଯାଇଛି। ବ୍ରଜବନ୍ଧୁପୁର୍ବରୁ ସେଲୁନ ଓ ନିଜର କୌଳିକ ବୃତ୍ତିରେ ପରିବାର ଚଳାଉ ଥିଲେ । ଯାହା ରୋଜଗାର କଲେ ନିଜେ ଓ ପରିବାରକୁ ଖାଇବାକୁ ଦେବା ପରେ ବଳକା ଟଙ୍କାରେ ୨ ଝିଅଙ୍କ ବାହାଘର କରିଥିଲେ। ମଝିଆ ଝିଅଟି ବାହାଘର ସରିବା ପରେ ଶାଶୁ ଘରୁ ଆସି ନିଜର ବାପ ଘରେ ଅଛନ୍ତି l ବୟସ ବଢିବା ଯୋଗୁଁ କାର୍ଯ୍ୟ ଠପ୍ ହେବା ଯୋଗୁଁ ଘରେ ଆର୍ଥିକ ସମସ୍ୟା ଦେଖାଦେଇଛି l ବ୍ରଜଙ୍କର ୨ ଟି ପୁତ୍ର ମଧ୍ୟରୁ ସାନପୁଅ (୩୦) ବର୍ଷ ବୟସରେ ଲିଭର କ୍ୟାନ୍ସର ରେ ମୃତ୍ୟୁ ବରଣ କରିଥିଲେ l ବଡ଼ ପୁଅ ଭୁବନେଶ୍ୱର ରେ ରହୁଛି l ବ୍ରଜଙ୍କ କହିବାନୁଯାୟୀ ବଡ଼ ପୁଅ ତା ସ୍ତ୍ରୀକୁ ଧରି ଭୁବନେଶ୍ୱରରେ ଦୀର୍ଘ ଦିନ ରହିଆସୁଛି l ତାଙ୍କୁ କୌଣସି ପ୍ରକାରେ ସାହାଯ୍ୟ ଓ ସହାନୁଭୂତି ତଥା ବାପା ମା ଙ୍କ ଅଣଦେଖା କରି ସେ ବାହାରେ ରହୁଛି l ଏପରି ସ୍ଥିତିରେ ଘର ଛପର କରିନପାରିବାରୁ ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ଦେଖି ଦେଖି ଦେଖି ଅତି ଦୟନୀୟ ଅବସ୍ଥାରେ କାଳତିପାତ କରୁଛନ୍ତି ବ୍ରଜବନ୍ଧୁ ସୁବୁଦ୍ଧି lସରକାରୀ ସହାୟତା କହିଲେ ୩୫ କେଜି ଚାଉଳ ଓ ବାର୍ଧକ୍ୟଭତା, ଯାହା କି ମାସ ଶେଷକୁ ନିଅଣ୍ଟ।ସେଥିପାଇଁ ପଡିଶା ମାନଙ୍କ ସହାୟତାରେ ଜରିପାଲ ପକେଇ ରହୁଛନ୍ତି। ତାଙ୍କ ମଝିଆଣି ଝିଅ ଘରେ ଥିବାରୁ ସେ ହିଁ ପାଲଟିଛି ବାପା ମାଙ୍କର ଶ୍ରବଣ କୁମାର ଭଳିଆ ପୁତ୍ରୀ। ସେ କିଛି କାମ ଦାମ କରି ଘରର ଗୁଜୁରାଣ ମେଣ୍ଟାଉଛି। କିନ୍ତୁ ସମୟର ବିଡମ୍ବନା ଓ ଭାଗ୍ୟର ଖେଳରେ ଆଜି ଛନ୍ଧି ହୋଇଯାଇଛନ୍ତି ବ୍ରଜ l ତାଙ୍କୁ ଏବେ କ୍ୟାନ୍ସର ରୋଗ ଆକ୍ରାନ୍ତ କରିଛି l ଚିକିତ୍ସା ନିମନ୍ତେ ଭୁବନେଶ୍ୱର ହସ୍ପିଟାଲରେ ଚିକିତ୍ସା ହୋଇ ଆସିଛନ୍ତି l ତଥାପି ଆହୁରି ଚିକିତ୍ସା ପାଇଁ ଅର୍ଥ ଦରକାର ଏହି ଅର୍ଥ ହିଁ ଆଜି ବାଧକ ସାଜିଛି ସେଇ ଗରିବ ବ୍ରଜଙ୍କ ପାଇଁ l ଏବେ ଚିକିତ୍ସା ତ ଦୂରର କଥା ଚଳିବା ପାଇଁ ବହୁତ କାଠିକର ପାଠ ପାଲଟିଛି l ସରକାରଙ୍କ ତରଫରୁ ଇନ୍ଦିରା ଆବାସ ୧୫ ବର୍ଷ ତଳେ ତାଙ୍କ ସ୍ତ୍ରୀ ଅହଲ୍ୟା ସୁବୁଦ୍ଧି ପାଇଥିଲେ କିନ୍ତୁ ସେଇ ସମୟରେ ସାନ ପୁଅର ମୃତ୍ୟୁ ଘଟିଥିବାରୁ ତାହା ମଧ୍ୟ ସପୂର୍ଣ କରିପାରିନଥିଲେ l ଏବେ ଇନ୍ଦିରା ଆବାସ ତାଙ୍କ ପାଇଁ ପାଲଟିଛି ସାତ ସପନ l ଗ୍ରାମବାସୀ ମଧ୍ୟ କିଛି କିଛି ଅର୍ଥ ଯୋଗାଡ଼ କରି ବ୍ରଜଙ୍କ ଚିକିତ୍ସା କରିଥିଲେ lତହା ସମୁଦ୍ରକୁ ସଙ୍ଖେ ପରି ସେଥିପାଇଁ ବ୍ରଜବନ୍ଧୁ ସରକାରୀ ସହାୟତା ଓ ସହୃଦୟ ବ୍ୟକ୍ତିମାନେ ସାହାଯ୍ୟ କରିବା ପାଇଁ ବ୍ରଜବନ୍ଧୁ ଓ ତାଙ୍କ ଝିଅ ଆକୁଳ ନିବେଦନ କରିଛନ୍ତି।ତତ ସହିତ ରହିବା ପାଇଁ ଖଣ୍ଡେ ବାସଗୃହ ତଥା ଇନ୍ଦିରାଆବାସ ଟିଏ ପ୍ରଦାନ କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି l ଏହି ଦୁଃଖୀ ପାରିବାର ଦୁଃଖ ବୁଝିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି। ଯଦି କୌଣସି ସହୃଦୟ ବ୍ୟକ୍ତିମାନେ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତାଙ୍କର ଫୋନନଂ-7750859171, ଆକାଉଣ୍ଟ ନଂ-001434001001760,IFSC code-10BAO RGOO1,ଓଡିଶା ଗ୍ରାମ୍ୟ ବ୍ୟାଙ୍କ ।

 

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.