***ଭକତ ହୃଦ ଚନ୍ଦନ ହେ ଚକାନୟନ***

0 44

ଭକତ ହୃଦ ଚନ୍ଦନ ହେ ଚକାନୟନ
ଚତୁର୍ଦ୍ଧାମୂରତି ଦେଖି ଭବୁ ମୁକ୍ତି
ହେବି ମୁହିଁ ଅନୁକ୍ଷଣ ହେ କଳାବଦନ…(ଘୋଷା)
ତୁମେ ତ ଭକତ ଭାବରେ ବନ୍ଧା ହେ
ଭକତ ଆପଣା ଜନ….
ଭକତ ଦେହରେ ଧୂଳି ପଡିଗଲେ
ପ୍ରକମ୍ପିତ ସିଂହାସନ….
ବିପଦେ ଆପଦେ ଥାଅ ପାଶେ ପାଶେ
ତୁମେ ତ ଦୁଃଖି ଜୀବନ ହେ
ଚକାନୟନ….!୧!
ଭକତ ବତ୍ସଳ ତୁମେ ଆଦି ମୂଳ
ଏ ଜୀବନ ତୁମ ଦାନ…..
ହସଇ କାନ୍ଦଇ ଯାହା ମୁଁ କରଇ
ତୁମ ଆଜ୍ଞା ବଳେ ପୁଣ…..
ଚିନ୍ତା ଚେତନାରେ ଶୟନେ ସପନେ
ଆଦେଶ କରେ ପାଳନ ହେ
ଚକା ନୟନ….!୨!
ଲୋଭ ମାୟା ମୋହ ବିଚିତ୍ର ସଂସାରେ
ଭୋଗ କରେ ପାପ ପୁଣ୍ଯ….
ବାଳ ବୃଦ୍ଧ ଠାରୁ କିଶୋର ଯୌବନ
ନାନା ବୟସ ସୋପାନ….
ସକାଳ ସଞ୍ଜରେ ସ୍ମରି ତୁମ ନାମ
ଚରଣ କରେ ବନ୍ଦନ ହେ
ଚକା ନୟନ….!୩!
ଏ ସଂସାର ତୁମ ଅଟେ ରଙ୍ଗ ମଞ୍ଚ
ମୁଁ ତୁମ ହାତ କଣ୍ଢେଇ….
ଯେମିତି ନଚାଅ ସେମିତି ନାଚଇ
ଶକତି ମୋ ତିଳେ ନାହିଁ….
ଘଟେ ତୁମେ ଆତ୍ମା ରହି କରେ ଖଳା
ଉଡିଗଲେ ସ୍ଥାଣୁ ହୋଇ ହେ
ଚକା ନୟନ….!୪!

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭

Leave A Reply

Your email address will not be published.