ଭଏସ ଅଫ ମିଡିଆ ଓଡିଶା ଶାଖା ଆନୁକୁଲ୍ୟରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।

0 355

ଖୋର୍ଦ୍ଧା,୦୧/୦୨(ପିପିଟି): ଭଏସ ଅଫ ମିଡିଆ ଓଡିଶା ଶାଖା ଆନୁକୁଲ୍ୟରେ ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ନାଇଡୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅନାଦି ସେଠି, ଖୋର୍ଦ୍ଧା ଅତିରିକ୍ତ ଆର ଟି ଓ ଅରବିନ୍ଦ ନାୟକ,ସଦର ଥାନା ଅଧିକାରୀ କାହ୍ନୁ ଚରଣ ସ୍ୱାଇଁ, ନାଇଡୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଛାତ୍ର ଛାତ୍ରୀ ଓ ଭଏସ ଅଫ ମିଡିଆ ର ରାଜ୍ୟ ସଭାପତି ପ୍ରଭାତ ମିଶ୍ର,ଉପ ସଭାପତି ପି ବାଲାଜୀ ପାତ୍ର, ଜିଲ୍ଲା ସଭାପତି ଧନେଶ୍ବର ବିଧାର ଓ ସମସ୍ତ ସଦସ୍ୟ ଙ୍କୁ ନେଇ ରୋଡ ସୁରକ୍ଷା,ପରିବାର ରକ୍ଷା ସଚେତନତା କାର୍ଯ୍ୟକ୍ରମ ପାଳନ କରାଯାଇଥିଲା।ଏଥିରେ ଖୋର୍ଦ୍ଧାର ବିଭିନ୍ନ ବ୍ଳକରୁ ୭୦ଜଣ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.