ଭଏସ ଅଫ୍ ମିଡିଆ ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ।

0 210

ଖୋର୍ଦ୍ଧା,୨୫/୦୬(ପିପିଟି) : ଆଜି ଭଏସ ଅଫ ମିଡ଼ିଆର ପ୍ରଥମ ବାର୍ଷିକ ଉତ୍ସବ ଜୟୀ ରାଜଗୁରୁ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ୨୩ ଜିଲ୍ଲାରୁ ଆସିଥିବା ଭଏସ ଅଫ୍ ମିଡ଼ିଆର ଜିଲ୍ଲା ସଭାପତି, ସଂପାଦକ ଓ ଶତାଧିକ ସଦସ୍ୟମାନଙ୍କୁ ନେଇ ରାଜ୍ୟସ୍ତରୀୟ ଉତ୍ସବ ସମାରୋହରେ ପାଳନ କରାଯାଇଥିଲା । ଏହି ଉତ୍ସବକୁ ଜାତୀୟ ସଭାପତି ଶ୍ରୀ କାର୍ଲେ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ, ବିଜେପି ମହିଳା ମୋର୍ଚ୍ଚାର ଖୋର୍ଦ୍ଧା ଜିଲ୍ଲା ସଭାପତି ପ୍ରବୀଣା ଭଂଜଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ରାଜ୍ୟ ସଭାପତି ପ୍ରଭାତ ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ସୁପ୍ରିମକୋର୍ଟର ଆଇନଜୀବୀ ସଂଜିବ ଅଗ୍ରୱାଲ, ଅବସରପ୍ରାପ୍ତ ବିଚାରପତି ସୁରେନ୍ଦ୍ରନାଥ ପାଢୀ, ନାଇଜରର ପୂର୍ବତନ ରେଜିଷ୍ଟ୍ରର ଅଭୟ ନାୟକ, ଖୋର୍ଦ୍ଧା ଆଇନ ମହାବିଦ୍ୟାଳୟର ସଂପାଦକ ସୁଧିର ମାନସିଂହ, ସମାଜସେବୀ ବସନ୍ତ ଦାସ, ଜାତୀୟ ସଂପାଦକ ମହମ୍ମଦ ଇଫତେକାର ଅଲ୍ଲୀ, ରାଜ୍ୟ ସଂପାଦକ ସୁକାନ୍ତ ପରିଡ଼ା, ରାଜ୍ୟ ଉପସଭାପତି ଜିତେନ୍ଦ୍ର ସାହୁ, ପି.ବାଲାଜୀ ପାତ୍ର ଯୋଗଦେଇଥିବା ବେଳେ ମଂଚ ପରିଚାଳନା କରିଥିଲେ ଖୋର୍ଦ୍ଧା ଜିଲ୍ଲା ସଭାପତି ତଥା ପରିବେଶବିତ୍ ଧନେଶ୍ୱର ବିଧାର । ଏହି ଅବସରରେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ଓ ପାଇକ ଆଖଡ଼ା ସମରକଳା ପ୍ରଦର୍ଶୀତ କରାଯାଇଥିଲା । ରାଜ୍ୟର ବିଭିନ୍ନ କ୍ଷେତ୍ରରେ ପାରଦର୍ଶୀତା ଲାଭ କରିଥିବା ବହୁ ବ୍ୟକ୍ତି ବିଶେଷଙ୍କୁ ଭଏସ୍ ଅଫ୍ ମିଡ଼ିଆ ପକ୍ଷରୁ ସମ୍ମାନୀତ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ସହରର ବରିଷ୍ଠ ନାଗରିକ, ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ସମେତ ବହୁ ବୁଦ୍ଧିଜୀବୀ ଯୋଗଦେଇ ଭଏସ୍ ଅଫ୍ ମିଡ଼ିଆର ଏଭଳି ପ୍ରୟାସକୁ ପ୍ରଶଂସା କରିଥିଲେ । ଏହି ପରିପ୍ରେକ୍ଷୀରେ ଭଏସ୍ ଅଫ୍ ମିଡିଆ ପ୍ରତେକ ସଦସ୍ୟ ଙ୍କୁ ୧୦ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ସହ ମାସିକ ଭତ୍ତା ଓ ପିଲାମାନଙ୍କ ପାଠ ପଢିବା ପାଇଁ ଉପକରଣ ମିଳିବା ସହ ସାମ୍ବାଦିକ ମାନଙ୍କ ସୁରକ୍ଷା ଦିଗରେ ନୂତନ ଆଇନ ପ୍ରଣୟନ ପାଇଁ ଅନୁଷ୍ଠାନ ତରଫରୁ ରାଜ୍ୟ ସରକାରଙ୍କ ଉପରେ ବାରମ୍ବାର ଚାପ ପକାଇ ଆସୁଥିବା କହିଥିଲେ ଜାତୀୟ ସଭାପତି ଶ୍ରୀ କାର୍ଲେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.