ବ୍ୟାଡ଼ ମିଣ୍ଟନରେ ଭଞ୍ଜନଗରକୁ ୪ଟି ଟାଇଟଲ ।

0 250

ଭଞ୍ଜନଗର, ୨୬/୧୨(ପିପିଟି):କନ୍ଧମାଳ ସଂସଦୀୟ କ୍ଷେତ୍ର ସ୍ତରୀୟ ସଂସଦ ଖେଳ ମହୋତ୍ସବ ବ୍ୟାଡ଼ ମିଣ୍ଟନ ପ୍ରତିଯୋଗିତାରେ ଭଞ୍ଜନଗର ଟିମ୍ ୪ଟି ଟାଇଟଲ ହାସଲ କରିଛି।ଏହି ସଂସଦୀୟ କ୍ଷେତ୍ରରେ ଥିବା ବିଭିନ୍ନ ନିର୍ବାଚନ ମଣ୍ଡଳୀ କୁ ନେଇ କନ୍ଧମାଳ ଷ୍ଟାଡିଅମ ଠାରେ ହୋଇଥିବା ଫାଇନାଲ୍ ରେ ଜୁନିଅର ଗାର୍ଲସ ସିଙ୍ଗଲସ୍ ରେ ଅଲିପ୍ସା ପତି, ସିନିଆର ଗାର୍ଲସ ସିଙ୍ଗଲସ୍ ରେ କୁମାରୀ ସାକ୍ଷୀ, ସିନିଆର ମେନ୍ସ ସିଙ୍ଗଲସ୍ ରେ ସୌରଭ ଦାସ ଓ ଜୁନିଅର ଗାର୍ଲସ ଡବଲସ୍ ରେ କୁମାରୀ ସାକ୍ଷୀ ଓ ଅଲିପ୍ସା ପତି ବାଲିଗୁଡା, ଉଦୟଗିରି, କଣ୍ଟାମାଳ ଟିମ୍ କୁ ପରାସ୍ତ କରି ଚମ୍ପିୟାନ ହୋଇଛନ୍ତି।ସ୍ଥାନୀୟ କ୍ରୀଡ଼ାବିତଙ୍କ ଏହି ସଫଳତା ଭଞ୍ଜନଗର ଅଞ୍ଚଳ ପାଇଁ ଗୌରବ ଆଣିଦେଇଛି।ତେଣୁ ବିଭିନ୍ନ ମହଲରୁ କୋଚ୍ ଓ ଖେଳାଳିଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.