ବ୍ୟାଙ୍କ ଲକର ଭାଙ୍ଗି ଚୋରୀ ଉଦ୍ୟମ ।

0 67

ସିମୁଳିଆ,୨୫/୧୨: ବିଳମ୍ବିତ ରାତିରେ ଦୁର୍ବୁର୍ତ୍ତ ମାନେ ବ୍ୟାଙ୍କ ଝରକା ଭାଙ୍ଗି ଚୋରୀ ଉଦ୍ୟମ କରି ବିଫଳ ହେବାରୁ ଲକରରେ ନିଆଁ ଲଗାଇ ଫେରାର । ସୂଚନାରୁ ପ୍ରକାଶ ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ବାଲିଖଣ୍ଡ ବଜାରରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କକୁ ମଙ୍ଗଳବାର ବିଳମ୍ବିତ ରାତିରେ ପଛପଟୁ ଝରକା ଭାଙ୍ଗି ଦୁର୍ବୁର୍ତ୍ତ ମାନେ ବ୍ୟାଙ୍କରେ ଥିବା ଲକର ଭାଙ୍ଗି ଚୋରୀ ଉଦ୍ୟମ କରି ବିଫଳ ହେବାରୁ ନିଆଁ ଲଗାଇ ପଳାଇ ଯାଇଥିଲେ । ଖବର ପାଇ ସ୍ଥାନୀୟ ଲୋକେ ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ । ଖବର ପାଇ ଅଡା ଓ ଭଦ୍ରକ ଦମକଳ କେନ୍ଦ୍ର ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଘଟଣା ସ୍ଥଳରେ ସିମୁଳିଆ ପୋଲିସ ପହଞ୍ଚି ତଦନ୍ତ କରୁଥିବା ଜଣାଯାଇଛି ।

Leave A Reply

Your email address will not be published.