ବୋଲଗଡ଼,୧୮/୦୨ (ପିପିଟି):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗୁଆଁ ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟ ଭିତରେ ଥିବା ଏସ ବି ଆଇ ବ୍ୟାଙ୍କ ଏବଂ ଏଟିଏମ୍ ମେସିନ୍ ରୁ ୧୬ତାରିଖ ରାତିରେ ଟଙ୍କା ଚୋରି କରିବା ପାଇଁ ଆସିଥିଲେ ବୋଲି ସନ୍ଦେହ ଉପୁଜିଛି। ଶେଷରେ ଲୁଟେରା ମାନେ ଏଟିଏମ ମେସିନ୍ ପାଇଁ ଆସିଥିବା ୬ଟିନୁଆ ବ୍ୟାଟେରୀ କୁ ବ୍ୟାଙ୍କ ଭିତର ସିଡି଼ତଳେ ରଖା ଯାଇଥିବା ବ୍ୟାଟେରୀ ଗୁଡିକୁ କବାଟ ତାଲା ଭାଙ୍ଗି ନେଇ ଯାଇଛନ୍ତି। ଯାହାକି ସିସିଟିଭି ଫୁଟେଜରୁ ଜଣାପଡିଛି। ସେହି ରାତିରେ ସାଗୁରାଗାଁ ଗ୍ରାମର ସାତଟି ଘରୁ ସୁନା ,ଗହଣା, ଟଙ୍କା ଚୋରି କରି ନେଇ ଯାଇଛନ୍ତିବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବ୍ୟାଙ୍କ କର୍ମଚାରୀ ତରଫରୁ ଏବଂ ଗ୍ରାମ ବାସୀଙ୍କ ତରଫରୁ ବାଙ୍କୋଇ ଫାଣ୍ଡିରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ବୋଲି ଗ୍ରାମବାସୀ ବ୍ୟାଙ୍କ କର୍ମଚାରୀ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।