ବ୍ଳକ ସ୍ତରୀୟ ଭଲିବଲ ଓ କବାଡ଼ି ପ୍ରତିଯୋଗିତା।

0 238

ବୋଲଗଡ଼,୨୬/୦୮(ପିପିଟି):ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ବେହେରାଙ୍କ ସଭାପତିତ୍ବରେ ବ୍ଳକ ସ୍ତରୀୟ ଭଲିବଲ ଓ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ବ୍ଳକ ଗୋଷ୍ଠି ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ, ଖେଳ ଉପଦେଷ୍ଟା ପଦ୍ମଚରଣ ବେହେରା,ଜୟରାମ ଦାସ, ଗୋପାଳ ଚରଣ ମହାନ୍ତି, ସଭାପତି ଏସ ଏମ ସି ଅଂଶୁମାନ ବେହେରା, ଉପସଭାପତି ଗୋବିନ୍ଦ ଚନ୍ଦ୍ର ସାହୁ, ମୋ ସ୍କୁଲ ସଭାପତି ବୈକୁଣ୍ଠ ଖୁଣ୍ଟିଆ ପ୍ରମୁଖ ଯୋଗଦାନ କରିଥିଲେ। ବୋଲଗଡ଼ ବ୍ଲକର ୨୮ଟି ହାଇସ୍କୁଲ, ୫ଟିକଲେଜ୍, ୬ଟି ମ.ଇ ସ୍କୁଲରୁ ୨୦୦ କ୍ରୀଡ଼ା ପ୍ରତିଯୋଗି ଅଂଶ ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ୪୮ଜଣ ପ୍ରତିଯୋଗି ବ୍ଳକସ୍ତରରୁ ଜିଲ୍ଲା ସ୍ତରକୁ ଚୟନ କରାଯାଇଛି। ସେକ୍ରେଟାରୀ ଅଭିଷେକ ମହାନ୍ତି, ପୂର୍ବତନ ସଂପାଦକ ମାନସ କୁମାର ବେହେରା, ବିଦ୍ୟାଳୟର କ୍ରିଡ଼ା ଶିକ୍ଷକ ପ୍ରୀତମ କୁମାର ଦାଶ,ଶୁସାନ୍ତ କୁମାର ପାଇକରାୟ ଓ ଏଥି ସହିତ ସମସ୍ତ ଖେଳ ଶିକ୍ଷକ ପରିଚାଳନା କରିଥିଲେ। ଶେଷରେ ବିଦ୍ୟାଳୟର ଶିକ୍ଷକ ରସାନନ୍ଦ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.