ବ୍ଳକ ସ୍ତରୀୟ ଚକ୍ଷୁ ପରୀକ୍ଷଣ ଶିବିର ।

0 179

ପୋଲସରା ,୧୯/୦୮(ପିପିଟି) :ପୋଲସରା ବ୍ଲକ ଅନ୍ତର୍ଗତ ଗୋଛାବାଡି ଓ ଚିରିକିପଡା ଶାସନ ଉଚ୍ଚ ବିଦ୍ୟାଳୟରେ ସମଗ୍ର ଶିକ୍ଷା, ଗଞ୍ଜାମ ଆନୁକୂଲ୍ୟରେ ସୁରେନ୍ଦ୍ର ସାଏ ଦିବ୍ଯ ଦୃଷ୍ଟି ଦ୍ୱାରା ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଗୋଛାବାଡି ହାଇ ସ୍କୁଲରେ ଅଗଷ୍ଟ ୧୮ ତାରିଖରେ ଓ ଚିରିକିପଡା ଶାସନ ହାଇ ସ୍କୁଲରେ ଅଗଷ୍ଟ ୧୯ ତାରିଖ ଦିନ ଶିବିର ଅନୁଷ୍ଠିତ ହୋଇଥିଲା। ଉଭୟ ଶିବିରରେ ମୋଟ ୩୦୨ ଜଣ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ୧୧୦ ଜଣ ଛାତ୍ରଛାତ୍ରୀଙ୍କୁ ମାଗଣା ଚଷମା ପ୍ରଦାନ କରିବା ପାଇଁ ଚିହ୍ନଟ କରାଯାଇଥିଲା। ୫ ଜଣ ଛାତ୍ରଛାତ୍ରୀଙ୍କ ଚକ୍ଷୁ ସମସ୍ୟା ରହିଥିବା ଯୋଗୁଁ ସେମାନଙ୍କୁ ଜିଲ୍ଲା ଚକ୍ଷୁ ପରୀକ୍ଷା କେନ୍ଦ୍ରକୁ ପଠାଯିବ ବୋଲି ସ୍ଥିର ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଗୋଛାବାଡି ହାଇ ସ୍କୁଲର ପ୍ରଧାନ ଶିକ୍ଷକ ହର ମୋହନ ଗୌଡ଼, ଚିରିକିପଡା ଶାସନ ହାଇ ସ୍କୁଲର ପ୍ରଧାନ ଶିକ୍ଷକ ବୁଲୁ ବେହେରା ଓ ଉଭୟ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ଡାକ୍ତର ସିଲା ସୀତାରାମ, ଚକ୍ଷୁ ବିଶେଷଜ୍ଞ ଡାକ୍ତର ଏ. ନାଗେଶ୍ବର ରାଓ ଆଚାରୀ ଓ ସୃଷ୍ଟି ସାହୁ ଛାତ୍ରଛାତ୍ରୀ ବୃନ୍ଦଙ୍କ ଚକ୍ଷୁ ପରୀକ୍ଷା କରିଥିଲେ। ପୋଲସରା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗୋଷ୍ଠୀ ସମ୍ବଳ ଶିକ୍ଷକ ଉପେନ୍ଦ୍ର କୁମାର ସେଠୀ ଓ ଗୋଷ୍ଠୀ ସମ୍ବଳ ଶିକ୍ଷୟିତ୍ରୀ କମଳିନୀ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମସ୍ତ ଅନ୍ତର୍ନିବେଶୀ ଶିକ୍ଷା ସ୍ୱେଚ୍ଛାସେବୀ ଓ ସିଆରସିସି ବୃନ୍ଦ ଉଭୟ ବିଦ୍ୟାଳୟରେ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.